www.samajalive.in
Saturday, December 13, 2025
15.1 C
Bhubaneswar

ବିଏଲଏ ଓ ମଜିଦ ବ୍ରିଗେଡକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇ ଆସୁଥିବା ବାଲୋଚ ଲିବରେସନ ଆର୍ମି(ବିଏଲଏ)କୁ ଆମେରିକା ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ବିଏଲଏ ସହିତ ମଜିଦ ବ୍ରିଗେଡ ନାମକ ଅନ୍ୟ ଏକ ସଂଗଠନକୁ ବି ଆମେରିକା ବିଦେଶୀ ଆତଙ୍କୀ ସଂଗଠନ ରୂପେ ଘୋଷଣା କରିଛି। ପାକିସ୍ତାନୀ ସେନା ମୁଖ୍ୟ ଅସିମ ମୁନିର ଆମେରିକା ଗସ୍ତରେ ଯାଇଥିବାବେଳେ ତା’କୁ ଖୁସି କରିବାକୁ ଯାଇ ଆମେରିକା ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ଆମେରିକାର ପରରାଷ୍ଟ୍ର ବିଭାଗ ଦ୍ଵାରା ଜାରି ନିର୍ଦେଶନାମାରେ କୁହାଯାଇଛି ଯେ, ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ ସଂଘଠିତ ଅନେକ ଭୟଙ୍କର ଆକ୍ରମଣ ପାଇଁ ବିଏଲଏ ଏବଂ ମଜିଦ ବ୍ରିଗେହ ନିଜକୁ ଦାୟୀ କରିଆସୁଛନ୍ତି। ୨୦୨୪ରେ କରାଚୀ ବିମାନ ବନ୍ଦର ନିକଟରେ ଆତ୍ମଘାତୀ ବିସ୍ଫୋରଣଠାରୁ ଆରମ୍ଭ କରି ଗ୍ବାଦର ବନ୍ଦରରେ ଆକ୍ରମଣ ଏବଂ ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ କରି ୩୧ ନାଗରିକ ଏବଂ ସୈନ୍ୟଙ୍କୁ ହତ୍ୟାରେ ଏହି ଦୁଇ ସଂଗଠନ ସମ୍ପୃକ୍ତ ରହିଛନ୍ତି। ତେଣୁ ଇମିଗ୍ରେସନ ଆଣ୍ଡ ନେସନାଲିଟି ଆକ୍ଟ ଆଣ୍ଡ ଏଗଜିକ୍ୟୁଟିଭ ଅର୍ଡର ୧୩୨୨୪ର ସେକ୍ସନ ୨୧୯ ଅନୁସାରେ ବିଭାଗ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories