www.samajalive.in
Thursday, December 11, 2025
23.1 C
Bhubaneswar

ବିସ୍ଥାପିତଙ୍କୁ ଜମି ଦେବେ ସରକାର

ଭୁବନେଶ୍ବର: ବିସ୍ଥାପିତ ଓ ବିପର୍ଯ୍ୟୟରେ ଜମି ହରାଇଥିବା ଲୋକଙ୍କୁ ସରକାର ଜମି ଯୋଗାଇ ଦେବେ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ୧୯୫୩ ମସିହାର ସମସ୍ୟା ବି ସରକାରଙ୍କ ପାଖକୁ ଆସୁଛି। ୧୯୬୩ ମସିହାରେ ଜମି ବନ୍ଦୋବସ୍ତ ହୋଇଥିଲା। ଏହି ବନ୍ଦୋବସ୍ତ ଉପରେ ମଧ୍ୟ ଅଭିଯୋଗ ଆସୁଛି। ୩୭ଟି ଗାଁରେ ସମସ୍ୟା ରହିଛି। ବିଧାୟକମାନେ ଅଭିଯୋଗମାନ ବିଭାଗ ନଜରକୁ ଆଣିଛନ୍ତି। ତାଙ୍କ କହିବା ମୁତାବକ, କଟକ ଜିଲାର ନିଆଳିରେ ୧୯୮୨ ମସିହାରୁ ଏହି ସମସ୍ୟା ନଜରକୁ ଆସିଛି। ନିଆଳି ସହ ବଡ଼ମ୍ବାରେ ବି ବନ୍ୟା ସମୟରେ ନଦୀ ତା’ର ଗତିପଥ ବଦଳାଇବାରୁ ଅନେକ ଲୋକ ଜମି ହରାଇଛନ୍ତି। ସେମାନଙ୍କ ଜମି ନଦୀ ଭିତରକୁ ଚାଲି ଯାଇଥିବାରୁ ସେମାନେ ଏବେ ଜମିହୀନ। ତେଣୁ ସରକାର ସେମାନଙ୍କୁ ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ବନ୍ଧରେ ଜିଲାପାଳଙ୍କୁ ରିପୋର୍ଟ ମଗାଯାଇଛି। କେଉଁ କେଉଁ ଗାଁରେ ଏବଂ କେତେ ଲୋକଙ୍କର ଏମିତି ହୋଇଛି ତା’ର ସବିଶେଷ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି। ଜିଲାରୁ ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ। ଆଇନ ପରିବର୍ତ୍ତନ କରିବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବାବେଳେ ଜମି ଅଦଳ-ବଦଳ ନୂଆ ଯୋଜନା ଆଣିବାକୁ ସ୍ଥିରୀକୃତ କରାଯାଇଛି। ପାଣି ଭିତରେ ଯେତିକି ପରିମାଣ ଜମି ଥିବ ନଦୀ ବାହାରେ ସେତିକି ପରିମାଣ ଜମି ଯୋଗାଇ ଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଦ୍ୟାଳୟଗୁଡ଼ିକ ଜଙ୍ଗଲ କିସମ ଜମିରେ ଥିଲେ କିସମ ପରିବର୍ତ୍ତନ କରାଯାଇ ପଟ୍ଟା ଦିଆଯାଇ ପାରୁଛି। ହେଲେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଜଙ୍ଗଲ କିସମରେ ଥିଲେ କିସମ ପରିବର୍ତ୍ତନ କରାଯାଇ ପାରୁନାହିଁ। ଫଳରେ ପଟ୍ଟା ଦେବାରେ ସମସ୍ୟା ରହିଛି।

ବହୁବର୍ଷ ପୂର୍ବେ ବିଦ୍ୟାଳୟ ଆରମ୍ଭ ହେଲାବେଳେ ଅନେକ ଲୋକ ଜମି ଦାନ କରିଥିଲେ ବି ଆଜିପର୍ଯ୍ୟନ୍ତ ସେଗୁଡ଼ିକର କାଗଜପତ୍ର କିଛି ହୋଇ ନଥିଲା। ଏବେ ସେହି ବ୍ୟକ୍ତିଙ୍କ ନାମରେ ଜମି ଥିବାବେଳେ ତା’ର ଉତ୍ତରାଧିକାରୀ ଦସ୍ତଖତ ଦେବାକୁ ମନା କରୁଛନ୍ତି। ଏକ୍ଷେତ୍ରରେ ପଟ୍ଟା ଦିଆଯାଇ ପାରୁନାହିଁ। ସରକାରୀ ଜମି ଉପରେ ଥିବା ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟକୁ ପଟ୍ଟା ଦିଆଯାଇଛି। ଯେଉଁ ବିଦ୍ୟାଳୟରେ ଖେଳ ପଡ଼ିଆ ନାହିଁ ସେ କ୍ଷେତ୍ରରେ ଖେଳ ପଡ଼ିଆ ପାଇଁ ଜମି ଯୋଗାଇ ଦେବାକୁ ରାଜସ୍ବ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ପାଖରେ ଥିବା ୨ଏକର ସରକାରୀ ଜମି ଖେଳ ପଡ଼ିଆ ନିମନ୍ତେ ଦିଆଯିବ। ବର୍ଷ ବର୍ଷ ଧରି ବିଚାରାଧୀନ ରହିଛି ଅନେକ ବନ୍ଦୋବସ୍ତ ସମ୍ପର୍କିତ ଅଭିଯୋଗ। ବାପା ଆରମ୍ଭ କରିଥିବା ମାମଲାକୁ ପୁଅ ଲଢ଼ୁଥିବା ଦେଖିବାକୁ ମିଳୁଛି। ସେଥିପାଇଁ ଅକ୍ଟୋବର ଭିତରେ ସବୁ ସମସ୍ୟା ଶୁଣି ସମାଧାନ କରିବାକୁ ଅଧିକାରୀଙ୍କୁ କୁହାଯାଇଛି। କୋଟିଆବାସୀଙ୍କ ସହିତ ଓଡ଼ିଶା ସରକାର ଅଛନ୍ତି। କୋଟିଆର ପ୍ରତି ଘରେ ସୁଭଦ୍ରା ଯୋଜନା ପହଞ୍ଚାଇବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୋଟିଆ ଗସ୍ତ କରିଥିବାବେଳେ ରେସନ କାର୍ଡ ଓ ଉଚ୍ଚଶିକ୍ଷା ପହଞ୍ଚାଇବା ପାଇଁ ବ୍ୟବସ୍ଥା ଚାଲିଛି। କୋଟିଆବାସୀଙ୍କୁ ଓଡ଼ିଶା ସରକାର ଯେଉଁ ସେବା ଦେବେ ଆନ୍ଧ୍ରପ୍ରଦେଶ ସରକାର ତାହା ଦେଇପାରିବ ନାହିଁ। କୋଟିଆ ସମସ୍ୟାର ସମାଧାନ ଉପରେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ଯୋଗାଯୋଗରେ ରହିଛନ୍ତି।

Hot this week

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ...

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ...

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ...

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

Related Articles

Popular Categories