ଚୌଦ୍ୱାର: ଘରୁ ଲୁଚିକରି ପଳାଇ ଆସିଥିବା ବିହାରର ଜଣେ ନାବାଳକକୁ ଚୌଦ୍ୱାରରୁ ଉଦ୍ଧାର କରାଯାଇଛି। ନାବାଳକ ଜଣକ ବିହାରର ଶିବିନ୍ ଜିଲା ରଘୁନାଥପୁର ଥନା ଅନ୍ତଗତ ରକଲି ଗ୍ରାମର ରାଜ କିଶୋର ଗୁଣ୍ଡୁଙ୍କ ପୁଅ ରୋହନ୍ ଗୁଣ୍ଡୁ(୧୫)ବୋଲି ଜଣା ପଡ଼ିଛି। ପ୍ରକାଶଯେ ଜଣେ ଅଣ ଓଡ଼ିଆ ପିଲା ବଜାରରେ ବୁଲୁଥିବା ଦେଖି ସ୍ଥାନୀୟ କିଛି ଯୁବକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍ର ସଭାପତି ତଥା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଟାସ୍କଫୋର୍ସ ସଦସ୍ୟ ନରୋତ୍ତମ ଦାସଙ୍କୁ ଖବର ଦେଇଥିଲେ।ଶ୍ରୀ ଦାସ ପିଲାଟିକୁ ଉଦ୍ଧାର କରି ତାକୁ ଚୌଦ୍ୱାର ଥାନାରେ ପହଞ୍ଚାଇଥିଲେ।ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ତତ୍ୱାବଧାନରେ ତାର ନମୁନା ପରୀକ୍ଷା କରାଯିବା ପରେ ନମୁନା ନେଗେଟିଭ ଆସିବାରେ ପୋଲିସ୍ ତାକୁ ନେଇ କଟକ ସ୍ଥିତ ବସୁନ୍ଧରା ଶିଶୁ ଅନୁଷ୍ଠାନରେ ଛାଡ଼ିଛନ୍ତି। ପୁଲିସ୍ ତରଫରୁ ଏସମ୍ପର୍କରେ ଶିଶୁ ସୁରକ୍ଷା କମିଟିକୁ ଜଣାଇ ଦିଆ ଯାଇଛି। ରୋହନ୍ ପ୍ରାୟ ଏକ ମାସ ହେବ ବିହାର ସ୍ଥିତ ନିଜଘରୁ ପଳାଇ ଆସି ମଙ୍ଗୁଳିଛକସ୍ଥିତ ଏକ ହୋଟେଲରେ କାର୍ଯ୍ୟକରୁଥିବା ବେଳେ କୌଣସି କାରଣରୁ ରାଗିକରି ହୋଟେଲରୁ ପଳାଇ ଆସିଥିବା ପ୍ରକାଶ କରିଛି।
Popular Categories



