www.samajalive.in
Saturday, December 6, 2025
14.1 C
Bhubaneswar

କାଦୋବାହାଲ ଧାନ ମଣ୍ଡିରେ ପଡ଼ିଲା ତାଲା

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ କାଦୋବାହାଲ୍ ଧାନ ମଣ୍ଡିରେ ଅଞ୍ଚଳର ଚାଷୀମାନେ ଆଜି ତାଲା ପକାଇଥିବା ଜଣାପଡିଛି। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିରହି ଉଠୁନାହିଁ। ଏପରିକି ଚାଷୀମାନଙ୍କର ଟୋକନ ବାତିଲ ହୋଇ ଜମିରେ ଧାନ ଗଜା ହେଉଛି। ଅନେକ ଚାଷୀଙ୍କ କହିବା ଅନୁଯାୟୀ ବେପାରୀମାନଙ୍କର ଓ ମିଲାର୍ସମାନଙ୍କ ଦଲାଲି କାରବାର ଯୋଗୁଁ ଧାନ ବିକ୍ରୟରେ ବିଳମ୍ବ ହେଉଛି। ଟେକ୍ ମଧ୍ୟ ନ ମିଳିବା ଯୋଗୁ ଧାନ ଉଠି ପାରୁନାହିଁ ବୋଲି କର୍ମଚାରୀମାନେ କହୁଥିବା ଜଣାପଡ଼ିଛି । ଏପଟେ କରୋନା ସହ କାଳବୈଶାଖୀର ତାଣ୍ଡବ ଲୀଳାରେ ଚାଷୀ ସର୍ବସ୍ବାନ୍ତ ହୋଇ ଶାଗ ଦରରେ ଧାନ ବିକିବାକୁ ବାଧ୍ୟ ହେଲେଣି। ଅନେକ ଚାଷୀଙ୍କ ଧାନ ବର୍ଷା ଯୋଗୁ ବିଲରେ ବୁଡ଼ିଛି । ଧାନ ଅମଳ ହେବାର ସମ୍ଭାବନା ବି ଆଉ ଦିଶୁନାହିଁ। ଏପଟେ ମୌସୁମୀର ଆଗମନ ଚାଷୀଙ୍କୁ ବ୍ୟଥିତ କରୁଛି ଧାନ କିପରି ଘରକୁ ଆସିବ । ଏ ସମସ୍ତ ସମସ୍ୟାକୁ ନେଇ ଅଞ୍ଚଳର ଚାଷୀମାନେ ମଣ୍ଡିରେ ତାଲା ପକାଇଥିଲେ । ଏହା ଜାଣିବା ପରେ ଘଟଣା ସ୍ଥଳକୁ ଏଆରସିଏସ ଗଜରାଜ୍ ପଣ୍ଡା, ଡିଆରସିଏସ ଭକ୍ତବନ୍ଧୁ ସାହୁ, ଟାମ୍ପରସରା ସମବାୟ ସମ୍ପାଦକ ରବୀନ୍ଦ୍ର ନାଏକ, ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା, ପେକ୍ସ କର୍ମଚାରୀ ଓ ମଣ୍ଡି କର୍ମଚାରୀଙ୍କ ଉପସ୍ଥିତିରେ ଚାଷୀମାନଙ୍କ ସହ ଆଲୋଚନା କରିବା ପରେ ତୁରନ୍ତ ଧାନ ଉଠିବା ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପରେ ତାଲା ଖୋଲା ଯାଇଥିଲା। ତେବେ ଦେଖାଯାଉ ପ୍ରତିଶ୍ରୁତି ପାଳନ ହେଉଛି ନା ପ୍ରତିଶୃତି ରେ ହିଁ ରହିଯାଉଛି ଚାଷୀଙ୍କ ଭାଗ୍ୟ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories