www.samajalive.in
Monday, December 15, 2025
26.1 C
Bhubaneswar

‘ଏକ୍ସ’ରେ ସକ୍ରିୟ ମନ୍ତ୍ରୀ; ୧୨ ଦିନ ପରେ ବି ଦେଖିପାରିଲେନି ଅଭିଯୋଗ

ବାଲେଶ୍ବର: ସାମାଜିକ ଗଣମାଧ୍ୟମରେ ସଦାସର୍ବଦା ସକ୍ରିୟ ରହୁଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ‘ଏକ୍ସ’ ହ୍ୟାଣ୍ଡେଲକୁ ନେଇ ମଧ୍ୟ ଲୋକେ ନାନା ପ୍ରଶ୍ନ କରିଛନ୍ତି। ଫେସବୁକ, ଇନ୍‌ଷ୍ଟା ଓ ଏକ୍ସ ଭଳି ସାମାଜିକ ଗଣମାଧ୍ୟମରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ମତ ରଖୁଥିବା, ଘଣ୍ଟାକୁ ଘଣ୍ଟା ବିଭିନ୍ନ ସଭା ସମିତି ଏବଂ ଶିଳାନ୍ୟାସର ଫଟୋ ଛାଡ଼ୁଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କିପରି ୧୨ ଦିନ କାଳ ସୌମ୍ୟାଶ୍ରୀଙ୍କ ଟ୍ବିଟରକୁ ଦେଖିପାରିଲେ ନାହିଁ ! କଲେଜ ଅଧ୍ୟକ୍ଷ ଓ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ସୌମ୍ୟାଶ୍ରୀ ନ୍ୟାୟ ପାଇଁ ଜୁଲାଇ ୧ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଟ୍ବିଟ୍‌ କରିଥିଲେ। ମାତ୍ର ସୁଫଳ ମିଳି ନଥିଲା। ପ୍ରତ୍ୟେକ ମହାପୁରୁଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ଭଳି ପୁଣ୍ୟ ତିଥିରେ ନିଜର ଅଭିବ୍ୟକ୍ତି ପ୍ରକାଶ କରୁଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ମହୋଦୟ କିଭଳି ସୌମ୍ୟାଶ୍ରୀଙ୍କ ପ୍ରସଙ୍ଗରେ ଏତେ ଦିନ ନିରବ ରହିପାରିଲେ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଉଠୁଛି। ଛାତ୍ରୀଙ୍କ ପରଲୋକ ପରେ ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ କିନ୍ତୁ ମନ୍ତ୍ରୀ ମହାଶୟ ଗଭୀର ଶୋକବ୍ୟକ୍ତ କରିଥିଲେ। ମାତ୍ର ଅଭିଯୋଗ ଉପରେ ସାମାନ୍ୟ ନଜର ପକାଇ ପଦକ୍ଷେପ ନେଇଥିଲେ ହୁଏତ ସୌମ୍ୟାଶ୍ରୀଙ୍କ ଜୀବନ ବଞ୍ଚିଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories