www.samajalive.in
Friday, December 12, 2025
16.1 C
Bhubaneswar

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିମାପଡା ଗସ୍ତ, ଅଚାନକ ପରିଦର୍ଶନ କଲେ ‘ମିଲ୍କମୁ’ କ୍ଷୀର ପ୍ଲାଣ୍ଟ 

ଭୁବନେଶ୍ୱର: ରାଜ୍ୟ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ନିମାପଡା ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ଗୋପସ୍ଥିତ ‘ମିଲକ ମୁ’ କ୍ଷୀର ପ୍ଲାଣ୍ଟରେ ଅଚାନକ ପରିଦର୍ଶନ କରିବା ସହ ମନ୍ତ୍ରୀ ଶ୍ରୀ ପାତ୍ର ଏଠାରେ ବ୍ୟବହୃତ କ୍ଷୀରର ମାନ ଯାଞ୍ଚ କରିଛନ୍ତି ।

କ୍ଷୀର ଓ ଏଥିରୁ ପ୍ରସ୍ତୁତ ଉତ୍ପାଦର ଗୁଣବତ୍ତା ଓ ନିର୍ଦ୍ଧାରିତ ମୂଲ୍ୟ ଦେବାରେ ଅନିୟମିତତା ସମ୍ପର୍କରେ କୃଷକ ସମାଜର ପ୍ରତିନିଧି, କ୍ଷୀର ବ୍ୟବସାୟୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତିକରି ମନ୍ତ୍ରୀ ଶ୍ରୀ ପାତ୍ର ଏହି ପ୍ଲାଣ୍ଟକୁ ଅଚାନକ ପରିଦର୍ଶନ କରିଛନ୍ତି ।

- Advertisement -

ଏଥିସହ ପ୍ଲାଣ୍ଟ ପରିସରରେ ସ୍ୱଚ୍ଛତା ଓ ଗୁଣବତ୍ତା ଭଳି ଆବଶ୍ୟକୀୟ ମାନଦଣ୍ଡ ଅନୁସରଣରେ ବିଭିନ୍ନ କ୍ଷୀର ଉତ୍ପାଦ ପ୍ରସ୍ତୁତି ହେଉଛି ନା ନାହିଁ ଏସମ୍ପର୍କରେ ମଧ୍ୟ ସେ ଯାଞ୍ଚ କରିଥିଲେ । ନିଜ ସହ ଥିବା ବିଭାଗୀୟ ଅଧିକାରୀ ପ୍ରମୁଖ ମନ୍ତ୍ରୀଙ୍କୁ ସହଯୋଗ କରିବା ସହିତ ପ୍ଲାଣ୍ଟ ପରିସରସ୍ଥିତ କାର୍ଯ୍ୟାଳୟରେ ବିଭିନ୍ନ ରେକର୍ଡ ପତ୍ର ମଧ୍ୟ ଦେଖିଥିଲେ ।

ସୂଚନା ଯୋଗ୍ୟ, ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟବୃଦ୍ଧି ରୋକିବା ସହ କଳାବଜାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ନିଜ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ନିଜେ ମଧ୍ୟ ରାଜ୍ୟର ବିଭିନ୍ନ ଶୀତଳ ଭଣ୍ଡାର ଅଚାନକ ପରିଦର୍ଶନ କରିବା ସହ ସମ୍ପୃକ୍ତ ସାମଗ୍ରୀର ଗଛିତ ପରିମାଣ ଯାଞ୍ଚ କରୁଛନ୍ତି । ଏତଦ୍‌ବ୍ୟତୀତ ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଂଘ, ଯୋଗାଣ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

ରାଜ୍ୟରେ ଯୋଗାଣ ଶୃଙ୍ଖଳକୁ ତ୍ୱରାନ୍ୱିତ କରିବା ସହ ଖାଉଟିମାନଙ୍କ ସ୍ୱାର୍ଥ ରକ୍ଷା ଉପରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱ ଦେଇ ଆସୁଛନ୍ତି । ଏତଦ୍‌ବ୍ୟତୀତ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦରଦାମ ବୃଦ୍ଧି ନିୟନ୍ତ୍ରଣ ନିମନ୍ତେ ଯୋଗାଣ ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛନ୍ତି । ରାଜ୍ୟର ଆଳୁ, ପିଆଜ, ଖାଇବା ତେଲ ଏବଂ ଡାଲି ମହଜୁଦ ଥିବା ବିଭିନ୍ନ ଗୋଦାମରେ ଚଢ଼ଉ କରାଯାଉଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories