www.samajalive.in
Saturday, December 13, 2025
26.1 C
Bhubaneswar

ମାଆ ପାଇଁ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ  ଶିକ୍ଷା ସପ୍ତାହ ଉପଲକ୍ଷେ ମାଆ ପାଇଁ ଗଛଟିଏ  ଦିବସ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷର ମାହାତ୍ମ୍ୟ ଓ ଧରଣୀ ମାଆର ସୁରକ୍ଷା ପାଇଁ ଗଛର ଭୂମିକା କେତେ ଗୁରୁତ୍ୱ ପୂର୍ଣ୍ଣ ରହିଛି ସେ ବିଷୟରେ ବୁଝାଇଥିଲେ ।
ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ,ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ମିଳିତରେ ପରିବେଶ ପରିଷ୍କାର ପରିଚ୍ଛନ୍ନ କରି ପ୍ରାୟ ୭୦ଟି ବେଲ , ଅଁଳା ,ଶିଶୁ ,କାଞ୍ଚନ ,କରଞ୍ଜ,  ସିତାଫଳ, ଗମ୍ଵାରୀ ଭଳି ବୃକ୍ଷ ରୋପଣରେ ଅଂଶ ଗ୍ରହଣ କରିଥିଲେ ।ଏବଂ ଛାତ୍ର ଛାତ୍ରୀ ମାନେ ନିଜ ନିଜ ବାଡ଼ିରେ ମାଆ ପାଇଁ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ଯତ୍ନ ନେବା ପାଇଁ ବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏଥିରେ ପରିଚାଳନା ଦାୟିତ୍ୱ ରେ ଥିବା ଭାରପ୍ରାପ୍ତ ଇ -କୋ କ୍ଲବ ଶିକ୍ଷକ ତାପସ କୁମାର ଦଳେଇ ରହିଥିଲେ ।ଏହି ପରି ବ୍ଲକରେ ଥିବା ପ୍ରତ୍ୟେକ ବିଦ୍ୟାଳୟ ରେ ମଧ୍ୟ ଶିକ୍ଷା ସପ୍ତାହ ଚଳିତ ୨୨ ତାରିଖରୁ ଆରମ୍ଭ କରି  ୨୮ତାରିଖରେ ଶେଷ କରାଯିବ ବୋଲି ଜଣାପଡିଛି

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories