www.samajalive.in
Wednesday, December 10, 2025
17.1 C
Bhubaneswar

୧୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇଲେଣି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ଚିହ୍ନଟ ହୋଇଥିବା ୮୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୧୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇଛନ୍ତି। ଏବେ ବି କାର୍ଡ ଫେରାଉଛନ୍ତି ଅଯୋଗ୍ୟ ହିତାଧିକାରୀ। ସେଥିରୁ ସାଢେ ୪ ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଛନ୍ତି। ପ୍ରତିଦିନ ୩ରୁ ୪ ହଜାର ଲୋକ କାର୍ଡ ଫରାଉଛନ୍ତି। ୪ ଲକ୍ଷ ମୃତ ହିତାଧିକାରୀଙ୍କ କାର୍ଡ ବି କଟା ଯାଇଛି। ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯେଉଁମାନଙ୍କର ଗ୍ରାମୀଣ ଅଞ୍ଚଳରେ ମାସିକ ୧୦ ହଜାର ଆୟ ଏବଂ ସହରାଞ୍ଚଳରେ ୧୫ ହଜାର ଆୟ କାର୍ଡ ଫେରାଇ ଦିଅନ୍ତୁ। ସରକାର ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ। ଏବେ ଅପିଲ କରୁଛୁ କାର୍ଡ ଫେରାଇବାକୁ ପରେ ଆଉ ଥରେ ବି ଯାଞ୍ଚ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଗତକାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ନୂଆ ଆବେଦନ ହୋଇଛି। ପୂର୍ବରୁ ୬ ଲକ୍ଷ ଆବେଦନକାରୀ ଅପେକ୍ଷାରେ ଅଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର କାର୍ଡ ଦେବା ପ୍ରକ୍ରିୟା ଆରମ୍ଭ ହେବ। ଆୟକର ରିଟର୍ଣ୍ଣ ଦାଖଲ କରିଥିବା ହିତାଧିକାରୀଙ୍କର ମଧ୍ୟ ଫିଜିକାଲ ଭେରିଫିକେସନ କରି କାର୍ଡ଼ କଟାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories