www.samajalive.in
Saturday, December 6, 2025
16.1 C
Bhubaneswar

ଶପଥ ନେବାର ୧୦ଦିନ ପରେ ଉପନିର୍ବାଚନରେ ହାରିଗଲେ ମନ୍ତ୍ରୀ

ନୂଆଦିଲ୍ଲୀ: ୧୦ଦିନ ପୂର୍ବରୁ ରାଜସ୍ଥାନରେ ସୁରେନ୍ଦ୍ର ପାଲ ସିଂ ଶପଥ ନେଇଥିଲେ । ହେଲେ ୧୦ ଦିନ ପରେ ହୋଇଥିବା ଉପ-ନିର୍ବାଚନରେ ୧୨ ହଜାରରୁ ଉଦ୍ଧ୍ଵର୍ର୍ ଭୋଟରେ ପରାଜିତ ହୋଇଛନ୍ତି । କରଣପୁର ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସ ବାଜି ମାରି ନେଇଛି । ପରାଜୟ ପରେ ବିଜେପି କହିଛି ଏହି ପରାଜୟ ବିଜେପି ସରକାର ଉପରେ କୌଣସି ପ୍ରଭାବ ପକାଇବନାହିଁ। ସୂଚନା ଅନୁସାରେ ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂ କୁନରଙ୍କର ପରଲୋକ ଘଟିଥିଲା।

ଯାହାପରେ କରଣପୁର ଆସନରେ ନିର୍ବାଚନକୁ ସ୍ଥଗିତ ରଖାଯାଇ ଏହି ଆସନରେ ଉପ-ନିର୍ବାଚନ ପାଇଁ ଘୋଷଣା ହୋଇଥିଲା । ବିଜେପି ପକ୍ଷରୁ ଭଜନଲାଲ ସରକାର ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁରେନ୍ଦ୍ର ପାଲ ସିଂ ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଗୁରମିତଙ୍କ ପୁଅ ରୂପିନ୍ଦରଙ୍କୁ ପ୍ରାର୍ଥୀ କରିଥିଲା । ଯିଏ ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେଇ ବଡ ବିଜୟ ହାସଲ କରିଛନ୍ତି । ରୂପିନ୍ଦରଙ୍କ ବିଜୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories