www.samajalive.in
Sunday, December 7, 2025
23.1 C
Bhubaneswar

ରାମଲାଲାଙ୍କ ଆଗମନ ଦିନ ଜନନୀ ହେବାର ସୌଭାଗ୍ୟ ପାଇଁ ଅନୁରୋଧ

ଲଖନଉ : ରାମ ମନ୍ଦିର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାକୁ ଯାଉଛି । ଆସନ୍ତା ୨୨ ତାରିଖ ଦିନ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଣ ପ୍ରତିଷ୍ଠା ସମାରୋହରେ ଅଂଶଗ୍ରହଣ କରିବେ। ଏହି ଐତିହାସିକ ମୁହୂର୍ତ୍ତକୁ ସାରା ଭାରତ ବର୍ଷ ଖୁବ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ହେଲେ ରଘୁନନ୍ଦନଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମା ହେବାକୁ କିଛି ମହିଳା ଅନୁରୋଧ କରିଛନ୍ତି। ଯାହାକି ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।
ଉତ୍ତରପ୍ରଦେଶର କାନପୁରରେ ଅନେକ ଗର୍ଭବତୀ ମହିଳା ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମା ହେବାକୁ ଚାହୁଁଛନ୍ତି। ଅର୍ଥାତ୍‌‌ ୨୨ତାରିଖ ଦିନ ନିଜର ଗର୍ଭସ୍ଥ ସନ୍ତାନକୁ ଦୁନିଆକୁ ଆଣିବାକୁ ସେମାନେ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ ଅନେକ ଗର୍ଭବତୀ ମହିଳା ମାନେ କାନୁପରର ଜିଏସଭିଏମ୍‌‌ ମେଡିକାଲ କଲେଜ ଅନ୍ତର୍ଗତ ମାତୃ ଶିଶୁ ବିଭାଗରେ ଭର୍ତ୍ତି ହୋଇଛନ୍ତି। ଏଭଳି ମାମଲା କେବଳ ଜିଏସଭିଏମ ମେଡିକାଲ କଲେଜରୁ ନୁହେଁ ବରଂ ସହରର ବିଭିନ୍ନ ଘରୋଇ ଡାକ୍ତରଖାନାରୁ ମଧ୍ୟ ରିପୋର୍ଟ କରାଯାଉଛି। କାନୁପର ମେଡିକାଲ କଲେଜର ଡକ୍ଟର ସୀମା ଦ୍ୱିବେଦୀ କହିଛନ୍ତି ଯେ ଗର୍ଭବତୀ ମହିଳା ମାନେ ଜାନୁଆରୀ ୨୨ରେ ସେମାନଙ୍କର ପ୍ରସବ ତାରିଖ ଧାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ୧୪ରୁ ୧୫ ଜଣ ଗର୍ଭବତୀ ମହିଳା ମାନେ ସେମାନଙ୍କର ପ୍ରସବ ୨୨ ତାରିଖରେ ହିଁ କରିବାକୁ ଅନୁରୋଧ କରିଛନ୍ତି। ଶିଶୁଙ୍କ ଜନ୍ମ ସମୟ ଏବଂ ମୁହୂର୍ତ୍ତ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର। ବାସ୍ତବରେ ଶିଶୁଙ୍କ ଜୀବନର ଦିଗ ଓ ଅବସ୍ଥା ଜନ୍ମ ସମୟରୁ ହିଁ ସ୍ଥିର କରାଯାଏ। ଏଭଳି ପରିସ୍ଥିତିରେ ସନ୍ତାନଙ୍କ କଲ୍ୟାଣ ପାଇଁ ଶୁଭ ସମୟ ସର୍ବଦା ଭଲ ଅଟେ। ଏହାସହିତ ୨୨ ଜାନୁଆରୀରେ ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସର୍ବୋତ୍ତମ ସମୟରେ ହେବାକୁ ଥିବାରୁ ମହିଳା ମାନେ ନିଜର ସନ୍ତାନଙ୍କୁ ସେହି ଦିନ ସେହି ସମୟରେ ଜନ୍ମ ଦେବାକୁ ଚାହୁଁଛନ୍ତି।
ମେଡିକାଲରେ ଥିବା ସମସ୍ତ ଗର୍ଭବତୀ ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ୨୨ ତାରିଖ ଦିନ ଶିଶୁଙ୍କୁ ଜନ୍ମ ଦେବା ନେଇ ଡାକ୍ତରମାନଙ୍କୁ ନିବେଦନ କରିଛନ୍ତି। ପରିବାର ସଦସ୍ୟଙ୍କ ଅନୁରୋଧକୁ ରକ୍ଷା କରି ଜାନୁଆରୀ ୨୨ ତାରିଖରେ ପାଖାପାଖି ୩୦ଟି ଅସ୍ତ୍ରୋପଚାର କରାଇବାକୁ ଡାକ୍ତର ବ୍ୟବସ୍ଥା କରିଥିବା ଡା. ସୀମା ଦ୍ୱିବେଦୀ ସୂଚନା ଦେଇଛନ୍ତି। ଆସନ୍ତା ୨୨ରେ ଐତିହାସିକ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଥିବାରୁ ନବଜାତକଙ୍କ ଆଗମନକୁ ପରିବାର ସଦସ୍ୟ ଅପେକ୍ଷା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories