www.samajalive.in
Friday, December 12, 2025
14.1 C
Bhubaneswar

ଚଢା ଦରରେ ଖାଦ୍ୟ ସାମଗ୍ରୀ ବିକ୍ରି ଅଭିଯୋଗ, ଯୋଗାଣ ବିଭାଗର ଚଢାଉ

କଟକ : ଶୁଖିଲା ଖାଦ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ଅଭିଯୋଗରେ କଟକ ମାଲଗୋଦାମରେ ଚଢ଼ାଉ କରିଛନ୍ତି ରାଜ୍ୟ ଯୋଗାଣ ବିଭାଗ। ବିଭିନ୍ନ ଗୋଦାମକୁ ଯାଞ୍ଚ କରିବା ସହ ନୋଟିସ ମଧ୍ୟ କରାଯାଇଛି।  ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ମତରେ କିଛି ଅଭିଯୋଗ ଆସିଥିଲା। ସେଥିପାଇଁ  ସେ ନିଜେ ନିରୀକ୍ଷଣ କରିଛନ୍ତି। ଟିକେ ଅଧିକ ଦାମରେ ବିକ୍ରି ହେଉଥିଲା ସେଥିପାଇଁ ଷ୍ଟକ ଯାଞ୍ଚ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।  ଚୁଡା , ଡାଲି , ତେଲ ସାମଗ୍ରୀ ଅଧିକ ଟଙ୍କାରେ ବିକ୍ରି ହେଉଥିଲା। ପ୍ରଥମରୁ କୁହାଯାଇଛି କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଏହି ଦୁର୍ବିପାକ ସମୟରେ ଲୋକଙ୍କୁ ହଇରାଣ ନକରିବା ପାଇଁ ସେ ଅପିଲ୍ କରିଛନ୍ତି । ସୂଚନାଯୋଗ୍ୟ ବର୍ତ୍ତମାନ ମାଲଗୋଦାମରେ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ରହିଛି। ତେଣୁ ବାତ୍ୟାକୁ ଭୟ ନକରି ସଚେତନ ରହିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories