ବାତ୍ୟା ଦାନା ପ୍ରସଙ୍ଗରେ ଲୋକଙ୍କ ସମସ୍ୟା ଶୁଣୁଛି ବିଜେପି ଅଭିଯୋଗ ପ୍ରକୋଷ୍ଠ, ପ୍ରଶାସନ ସହାୟତାରେ କରାଯାଉଛି ସମାଧାନ
ସତର୍କ ରହିବା ଓ ଜନସାଧାରଣଙ୍କୁ ସତର୍କ କରିବା ଓ ସମସ୍ତେ ସୁରକ୍ଷିତ ରହିବା
ଭୁବନେଶ୍ବର: ଆମ ରାଜ୍ୟରେ ସାମ୍ପ୍ରତିକ ବାତ୍ୟା “ଦାନା” ର ପୂର୍ବବର୍ତ୍ତୀ ଓ ପରବର୍ତୀ ଅବସ୍ଥା ତଥା ଏହାର ନିରାକରଣ ସଂକ୍ରାନ୍ତୀୟ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ବିଜେପି ରାଜ୍ୟ କାର୍ଯ୍ୟାଳୟ ସହ ଆଦାନ ପ୍ରଦାନ ପାଇଁ ଏକ Helpline no – 0674 239 3984 କୁ ରାଜ୍ୟ ସଭାପତି ମନମୋହନ ସାମଲ ଜାରି କରିଛନ୍ତି।
ଗତକାଲି ଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଏହି କଣ୍ଟ୍ରୋଲ ରୁମ୍ ରେ ପାର୍ଟିର ପଦାଧିକାରୀ ଓ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ସମ୍ଭାବ୍ୟ ବାତ୍ୟା ଅଞ୍ଚଳର ଜନସାଧାରଣଙ୍କ ଅଭିଯୋଗ ଶୁଣି ସମ୍ପୃକ୍ତ ବାତ୍ୟା ଅଞ୍ଚଳରେ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କାର୍ଯ୍ୟ କରୁଛନ୍ତିି।
ଅଦ୍ୟାଵଧି ୧୨୮ ଟି ଅଭିଯୋଗ ବିଭିନ୍ନ ଅଞ୍ଚଳରୁ ଆସିଥିବା ବେଳେ ସେଥିନେଇ ସମ୍ପୃକ୍ତ ବିଭାଗ ଓ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି। ସେହିପରି ସ୍ଥାନୀୟ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସହଯୋଗ କରିବାକୁ ରାଜ୍ୟ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଉଛି।
Comments are closed.