www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ୱ ହୃଦୟ ଦିବସ: ମ୍ୟାକନିଲ୍ ହସ୍ପିଟାଲରେ ଲୋକଙ୍କ ସଚେତନତା ପାଇଁ ମିନି ମାରାଥନ

ଭୁବନେଶ୍ବର : ଆଜି ବିଶ୍ୱ ହୃଦୟ ଦିବସ, ତେବେ ଏହି ବିଶ୍ଵ ହୃଦୟ ଦିବସରେ ଥିମ୍ ରହିଛି ୟୁଜ ହାର୍ଟ ଫର ଆକ୍ସନ ।  ସାଧାରଣତଃ ଲୋକଙ୍କୁ ହୃଦରୋଗ ସମ୍ବନ୍ଧୀୟ ସଚେତନତା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ନୂତନ କରି ଖୋଲିଥିବା ମ୍ୟାକନିଲ୍ ହସ୍ପିଟାଲରେ ଲୋକଙ୍କ ସଚେତନତା ପାଇଁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏହି ମାରାଥନରେ ଶତାଧିକ ଧାବକ ଅଂଶଗ୍ରହଣ କରିଥିବା ବେଳେ ହସ୍ପିଟାଲର ଡ଼କ୍ଟର,ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗଦାନ କରିଥିଲେ । ମ୍ୟାକନିଲ୍ ହସ୍ପିଟାଲ ତରଫରୁ ମାରାଥନର ନା ହାର୍ଟ-ଏ-ଥନ୍ ରଖାଯାଇଥିଲା।

- Advertisement -

ମାରାଥନଟି ପାଞ୍ଚ କିଲୋମିଟର ରହିଥିବାବେଳେ ଏହା ମ୍ୟାକନିଲ୍ ହସ୍ପିଟାଲରୁ ଆରମ୍ଭ ହୋଇ କେଶୁରା ଦେଇ ପୁଣି ମ୍ୟାକନିଲ୍ ହସ୍ପିଟାଲରେ ପହଞ୍ଚିଥିଲା। ମୁଖ୍ୟ ଅତିଥି ଭାବେ ରୋଟାରୀଆନ୍ ଜିଜ୍ଞାସିଶ୍ ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଡକ୍ଟର ହିମାଂଶୁ ଶତପଥୀ ଯୋଗ ଦେଇଥିବା ବେଳେ, ଅଭିନେତା ହରିହର ମହାପାତ୍ର, ବୁଲୁ ପଣ୍ଡା, ରିଶି ପଟ୍ଟନାୟକ, ପ୍ରଯୋଜକ ଶ୍ରୀଧର ମାର୍ଥା ପ୍ରମୁଖ ଯୋଗ ଦେଇ ଏହି ମାରାଥନକୁ ପ୍ଲାଗ ଅଫ କରିଥିଲେ,  ତେବେ ମାରାଥନର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡାକ୍ତର ରଘୁନାଥ ବେଉରା ଡକ୍ଟର, ପୂର୍ଣ୍ଣଚନ୍ଦ୍ର ଓଝା, ଡକ୍ଟର ନିହାର ରଞ୍ଜନ ପରିଡ଼ା, ଡକ୍ଟର ଆଶୁତୋଷ ଦାସ, ଡକ୍ଟର ସୁମ ସୌରଭ ମିଶ୍ର, ଡକ୍ଟର କାହ୍ନୁ ପଣ୍ଡା, ଡକ୍ଟର ଅମିରୁଲ ଇସଲାମ, ଡକ୍ଟର ଲିପ୍ସା ବିଶୋଇ,  ଚିତ ରଞ୍ଜନ ବେଉରା, ଜିତେନ୍ କୁମାର ସାହୁ, ସଞ୍ଜୀବ କୁମାର ରାଉତ, ସେହେବାଜ୍ ଅଲ୍ଲୀ ଖାନ୍ନ ସାମିଲ ହୋଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories