www.samajalive.in
Saturday, December 6, 2025
16.1 C
Bhubaneswar

ଖାଉଟିଙ୍କୁ ପୁଣି ଝଟକା; ବଢ଼ିବ କ୍ଷୀର ଦାମ୍‌

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ବଜାରରେ ଖୁବଶୀଘ୍ର ଅମୁଲ କ୍ଷୀରର ଦାମ୍‌ ବୃଦ୍ଧି ପାଇବାକୁ ଯାଇଛି । କ୍ଷୀର ପ୍ୟାକେଜିଂ ସହ ଅନ୍ୟାନ୍ୟ ଦର ବୃଦ୍ଧି ଯୋଗୁ କ୍ଷୀରର ଦାମ୍‌ ବୃଦ୍ଧି କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି । ତେବେ କ୍ଷୀର ଲିଟର ପ୍ରତି କେତେ ଟଙ୍କା ବୃଦ୍ଧି କରାଯିବ ତାହା ନେଇ କମ୍ପାନୀ ପକ୍ଷରୁ ସ୍ଥିର କରାଯାଇନାହିଁ ।

ଏନେଇ ଅମୁଲ କମ୍ପାନୀର ମୁଖ୍ୟ ନିର୍ଦେଶକ ଆରଏସ୍‌ ସୋଢ଼ି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଗତ ମାସରୁ ଦୁଗ୍ଧ ମୂଲ୍ୟ ଲିଟର ପ୍ରତି ୨ଟଙ୍କା ବୃଦ୍ଧି ପାଇଛି । ଏହା ଦ୍ବାରା କୃଷକ ମାନେ ଉପକୃତ ହେଉଛନ୍ତି । ତାହାଛଡ଼ା କମ୍ପାନୀରେ ଶ୍ରମ ଶକ୍ତି ବଢ଼ିଛି । ଶୀତଳ ଭଣ୍ଡାରର ମୂଲ୍ୟ ଉପରେ ମଧ୍ୟ କିଛି ପ୍ରଭାବ ଦେଖିବାକୁ ମିଳୁଛି । ଏହି ଚାପ ଯୋଗୁ କ୍ଷୀର ଦର ବୃଦ୍ଧି ପାଇବାକୁ ଯାଇଛି ବୋଲି  କମ୍ପାନୀର ମୁଖ୍ୟ ନିର୍ଦେଶକ ଆରଏସ୍‌ ସୋଢ଼ି କହିଛନ୍ତି ।

- Advertisement -

ତାହା ସହ ସେ ଆହୁରୀ ମଧ୍ୟ କହିଛନ୍ତି କରୋନା ମହାମାରୀ କାରଣରୁ ଚାଷୀ ମାନେ କ୍ଷୀରର ଦାମ୍‌ ବୃଦ୍ଧି କରିଛନ୍ତି । ବିଭିନ୍ନ ସମସ୍ୟା ହେତୁ କମ୍ପାନୀର ଲାଭ ହ୍ରାସ ପାଇଛି । ଦର ବୃଦ୍ଧି କାରଣରୁ କମ୍ପାନୀ ଅସନ୍ତୁଷ୍ଟ ରହିଛି ବୋଲି ସୋଢ଼ି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories