www.samajalive.in
Saturday, December 6, 2025
14.1 C
Bhubaneswar

ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀର ମୃତ୍ୟୁ

ଫୁଲବାଣୀ : ଫୁଲବାଣୀ ସ୍ଥିତ ଜିଲ୍ଲା କାରାଗାରର ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା କଏଦୀର ନାମ ନୀଳାମ୍ବର ମାଝୀ ,ତାଙ୍କ ଘର ଖଜୁରୀପଡ଼ା ଥାନା ଅନ୍ତର୍ଗତ ଲାମ୍ବାଗୁଡ଼ୁରୀ ଗ୍ରାମରେ ଏବଂ ତାଙ୍କ ବୟସ ପ୍ରାୟ ୬୫ ବର୍ଷ ବୋଲି ଜଣାପଡ଼ିଛି  ।  ଗତବର୍ଷ ଫେବ୍ରୁଆରୀ ମାସରେ ତାଙ୍କୁ ଖଜୁରୀପଡ଼ା ଥାନା ପୁଲିସ ଏକ ଦୁଷ୍କର୍ମ ମାମଲାରେ ଗିରଫ କରିଥିଲା ଏବଂ ସେହି ମାମଲାରେ ସେବେଠାରୁ ସେ ଫୁଲବାଣୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀ ଭାବେ ରହିଥିଲେ । ମିଳିଥିବା ସୂଚନା ଅନୁସାରେ, ମୃତ୍ୟୁବରଣ କରିଥିବା ବିଚାରାଧୀନ କଏଦୀ ଜଣକ ଆଜି ସକାଳେ ନିଜର ନିତ୍ୟକର୍ମ ସାରି ଟିଫିନ ଖାଇଥିଲେ, ତାପରେ ସେ ଟିଭି ଦେଖୁଥିବା ବେଳେ ହଟାଠ ତାଙ୍କ ଦେହ ଥରିବା ସହିତ ତଳେ ଟଳି ପଡ଼ିଥିଲେ, ତାପରେ ସଙ୍ଗେ ସଙ୍ଗେ ତାଙ୍କୁ ଜେଲ କର୍ମଚାରୀ ମାନେ ନେଇ ଫୁଲବାଣୀ ମେଡିକାଲରେ ପହଂଚିବା ପରେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ତେବେ ଏ ନେଇ ତାଙ୍କ ପରିବାରକୁ ଖବର ଦିଆଯାଇଛି, ପରିବାର ଲୋକ ଆସି ପହଂଚିବା ପରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଫୁଲବାଣୀ ଜିଲ୍ଲା କାରାଗାରର ଅଧିକ୍ଷକ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories