www.samajalive.in
Sunday, December 7, 2025
14.1 C
Bhubaneswar

କ୍ଷୀର ନା ଦହି, ଜାଣନ୍ତୁ କେଉଁଟା ଅଧିକ ଲାଭଦାୟକ

ସୁସ୍ଥ ଶରୀର ପାଇଁ କ୍ଷୀର ଓ ଦହି ଖୁବ୍‌ ହିତକାରୀ। ଉଭୟରେ ଅଧିକ ମାତ୍ରାରେ ଭିଟାମିନ୍ସ ଓ ଅନେକ ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ। କିନ୍ତୁ ବେଳେବେଳେ ମନରେ ପ୍ରଶ୍ନ ଆସେ ଯେ, ଏହି ଦୁଇଟା ମଧ୍ୟରୁ କେଉଁଟା ଅଧିକ ଉପକାରୀ। ଏହାର ଉତ୍ତର ହେଉଛି ଦହି। ଯଦିଓ ଦୁଇଟି ଖାଦ୍ୟ ପଦାର୍ଥ ଶରୀର ପାଇଁ ଉପକାରୀ ତଥାପି କ୍ଷୀର ତୁଳନାରେ ଦହି ଅଧିକ ଫଳପ୍ରଦ।

କ୍ଷୀରରେ ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ବି ଏବଂ ଅନେକ ପୋଷକ ତତ୍ତ୍ବ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ସେହିପରି ଦହିରେ ଭିଟାମିନ୍ ଏ, ଡି ଏବଂ ବି-୧୨, ପ୍ରୋଟିନ୍ ଓ କ୍ୟାଲସିୟମ ରହିଥାଏ। ଦହିରେ ଅଧିକ ମାତ୍ରାରେ ଲାକ୍ଟୋଜ ଥିବାରୁ ଏହା ପାଚନ କ୍ଷମତାକୁ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ। ଯେଉଁମାନଙ୍କ ପାଚନ କ୍ରିୟା ଦୁର୍ବଳ, ସେମାନେ କ୍ଷୀର ପରିବର୍ତ୍ତେ ଦହି ସେବନ କରିବା ଉଚିତ୍। ଏହି କାରଣରୁ ସୁସ୍ଥ ଶରୀର ପାଇଁ କ୍ଷୀରଠାରୁ ଅଧିକ ଦହି ଉପକାରୀ।

- Advertisement -

ଦହିରେ ଅଧିକ ମାତ୍ରାରେ କ୍ୟାଲସିୟମ ଥିବାରୁ ଦାନ୍ତ ଓ ହାଡ ଅଧିକ ମଜବୁତ ହୋଇଥାଏ। ନିୟମିତ ଦହି ସେବନ କରିବା ଦ୍ବାରା ଅଷ୍ଟିଓପୋରୋସିସ ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ ।

ଯଦି ଆମେ କ୍ୟାଲୋରୀ ଏବଂ ପ୍ରୋଟିନ୍ ବିଷୟରେ କଥା ହେବା, ତେବେ ଏକ କପ୍‌ ଦହିରେ ୯୮% କ୍ୟାଲୋରୀ ରହିଥିବା ବେଳେ ଏକ କପ୍ କ୍ଷୀରରେ ୯୦% କ୍ୟାଲୋରୀ ରହିଥାଏ। ସେହିପରି ଏକ କପ୍‌ ଦହିରେ ୧୧ ଗ୍ରାମ ପ୍ରୋଟିନ୍ ରହିଥିବା ବେଳେ ଏକ କପ୍ କ୍ଷୀରରେ ୯ ଗ୍ରାମ ପ୍ରୋଟିନ୍ ରହିଥାଏ। ତେଣୁ ଦହିରେ ଅଧିକ ମାତ୍ରାରେ କ୍ୟାଲୋରୀ ଓ ପ୍ରୋଟିନ୍ ଥିବା କାରଣରୁ ଏହା କ୍ଷୀରଠାରୁ ଅଧିକ ଲାଭଦାୟକ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories