ଦୁଗ୍ଧ ବ୍ୟବସାୟୀଙ୍କ ପ୍ରୋତ୍ସାହନ ରାଶି ଏକ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର

0

ଭୁବନେଶ୍ୱର ..-ରାଜ୍ୟ ସରକାର ଦୁଗ୍ଧ ସମବାୟ ସମିତିର ଦୁଗ୍ଧ ଚାଷୀମାନଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶି ଲିଟର ପିଛା ୧ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି କରିଛନ୍ତି ।  ଏହି ବର୍ଦ୍ଧିତ ରାଶି ଦୁଗ୍ଧ ଚାଷୀମାନଙ୍କୁ ଚଳିତ ମାର୍ଚ୍ଚ -୨୦୧୯ରେ ପ୍ରଦାନ କରାଯିବା ସହିତ ଆଗାମୀ ସେପ୍ଟେମ୍ବର ୨୦୧୯ରୁ ମାର୍ଚ୍ଚ ମାସ ୨୦୨୦ ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ବଜାରରେ ଉପଲବ୍ଧ ଗୋଖାଦ୍ୟ ଏବଂ ଗୋଖାଦ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକୀୟ କଞ୍ଚାମାଲର ଦରବୃଦ୍ଧି ହେତୁ ଦୁଗ୍ଧଚାଷୀମାନଙ୍କୁ ସହାୟତା ଯୋଗାଇଦେଇ ଦୁଗ୍ଧଚାଷକୁ ଲାଭଜନକ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସେପ୍ଟେମ୍ବର ୨୦୧୮ରୁ ମାର୍ଚ୍ଚ ୩୧ ୨୦୧୯ ପର୍ଯ୍ୟନ୍ତ ମାନ୍ଦା ସମୟରେ ଦୁଗ୍ଧ ସମବାୟ ଅନ୍ତର୍ଗତ ଦୁଗ୍ଧଚାଷୀମାନଙ୍କୁ ଲିଟର ପିଛା ୧ ଟଙ୍କା ହିସାବରେ ପ୍ରୋତ୍ସାହନ ରାଶି ଦେବା ପାଇଁ ଯୋଜନା ପ୍ରଣୟନ  କରିଥିଲେ । ଦୁଗ୍ଧଚାଷୀମାନଙ୍କୁ ଏହି ବର୍ଦ୍ଧିତ ପ୍ରୋତ୍ସାହନ ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯି । ଏହା ଦ୍ୱାରା ପ୍ରାୟ ୪ ହଜାର ଦୁଗ୍ଧ ସମବାୟ ସମିତି ଅନ୍ତର୍ଗତ ୨ ଲକ୍ଷରୁ ଅଧିକ ଦୁଗ୍ଧଚାଷୀ ଉପକୃତ ହେବ ।  ସେହିପରି ରାଜ୍ୟ ସରକାରଙ୍କ ଦୁଗ୍ଧଚାଷୀମାନଙ୍କୁ ଗୋରୁ ଗୁହାଳ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ଦୁଗ୍ଧଚାଷୀମାନଙ୍କୁ ଗୁହାଳ ନିର୍ମାଣ ନିମନ୍ତେ ୧୨ ହଜାର ୫୦୦ ଟଙ୍କା ଅର୍ଥରାଶିରୁ ଚାଷୀଙ୍କୁ କେବଳ ୬୨୫୦ ଟଙ୍କା ଦେବାକୁ ପଡ଼ିବା ଅବଶିଷ୍ଟ ୬୨୫୦ ଟଙ୍କା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅର୍ଥରୁ ଯୋଗାଇ ଦିଆଯିବା ଏହି ଯୋଜନାରେ ରାଜ୍ୟର ୨୦,୮୫୦ ଜଣ ଚାଷୀ ଉପକୃତ ହେବୋ ଏଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଅନୁସୂଚିତ ଜନଜାତି ଏବଂ ମହିଳା ଚାଷୀ ବହୁଳ ଭାବରେ ଉପକୃତ ହେବୋ ଏହା ଦ୍ୱାରା ଗରିବ ଚାଷୀମାନଙ୍କର ଗୋସଂପଦକୁ ନିରାପଦ ଆଶ୍ରୟସ୍ଥଳୀ ଓ ସୁରକ୍ଷା ମିଳିବା

prayash

ଏଥି ସହିତ ଗୋସଂପଦକୁ ବିଭିନ୍ନ ରୋଗ ଦାଉରୁ ସୁରକ୍ଷା ଯୋଗାଇଦେବା ସହିତ ଅଧିକ ଦୁଗ୍ଧ ଉତ୍ପାଦନ ହୋଇପାରିବା ଗତ ରାଜ୍ୟସ୍ତରୀୟ ପ୍ରୋଜେକଫ ସ୍କ୍ରିନିଙ୍ଗ୍ କମିଟିରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଗୃହୀତ ହୋଇ ଭାରତ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରାଯାଇଛିା ଏହି ଯୋଜନାରେ ପ୍ରାୟ ୨୬ କୋଟି ଟଙ୍କା ଖର୍ଚ୍ଚ ହେବ ।

kalyan agarbati
Leave A Reply