www.samajalive.in
Saturday, December 6, 2025
19.1 C
Bhubaneswar

କଂଗ୍ରେସରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ ଝଟକା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମିଲିନ୍ଦ ଦେଓରା କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ନିଜ ‘ଏକ୍ସ’ ଏକାଉଣ୍ଟରେ ଏକ ପୋଷ୍ଟ କରି  ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୋ ରାଜନୈତିକ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଏହି ଦଳ ସହିତ ମୋ ପରିବାରର ୫୫ ବର୍ଷର ସଂପର୍କ ଚ୍ଛିନ୍ନ ହୋଇଛି।

ବର୍ଷ ବର୍ଷ ଧରି ଦଳର ସମସ୍ତ ନେତୃବୃନ୍ଦ ଏବଂ  କର୍ମକର୍ତ୍ତାଙ୍କ ଠାରୁ ମିଳିଥିବା  ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ ଚିର କୃତଜ୍ଞ ହୋଇ ରହିବି। ଗତ କିଛି ଦିନ ଧରି ମିଲିନ୍ଦ ଦେଓରାଙ୍କ କଂଗ୍ରେସରୁ ଇସ୍ତଫାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ସେ କଂଗ୍ରେସ ଛାଡି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ବାଧିନଶିବସେନାରେ ସାମିଲ ହେବେ ବୋଲି କୁହାଯାଉଥିଲା। କିନ୍ତୁ ଶନିବାର ଏହାକୁ ଉଡା ଖବର ବୋଲି ମିଲିନ୍ଦ କହିଥିଲେ । ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମିଲିନ୍ଦ ରବିବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories