www.samajalive.in
Wednesday, December 10, 2025
16.1 C
Bhubaneswar

ଅଗୁସ୍ତା ୱେଷ୍ଟଲାଣ୍ଡ ମାମଲାରେ ଭାରତକୁ ବଡ଼ ସଫଳତା

ନୂଆଦିଲ୍ଲୀ : ଅଗୁସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକ୍‍ପଟର କ୍ରୟ ମାମଲାରେ ଭାରତ ଏକ ବଡ଼ ଆଇନଗତ ବିଜୟ ହାସଲ କରିଛି। ଏହି ଦୁର୍ନୀତିପୂର୍ଣ୍ଣ କାରବାରର ମଧ୍ୟସ୍ଥ ଖ୍ରୀଷ୍ଟିଆନ୍‍ ମିସେଲଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଦୁବାଇ ଅଦାଲତ ମଙ୍ଗଳବାର ନିର୍ଦେଶ ଦେଇଛି। ଏହି ହେଲିକପ୍ଟର କାରବାରରେ ମିସେଲ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲଙ୍କୁ ଯୋଡ଼ି ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ। ଏଥିପାଇଁ ତାଙ୍କ ଉପରେ ଚାପ ପଡ଼ିଥିଲା ବୋଲି ମିସେଲ କହିଥିଲେ। ଏହି ମାମଲାରେ ସିବିଆଇ ମିସେଲଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଚଳାଇଥିଲା। ଜୁଲାଇରେ ଏହି ହେଲିକପ୍ଟର କିଣା ଲାଞ୍ଚ ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ମଧ୍ୟସ୍ଥ କାର୍ଲୋ ଗେରୋସାଙ୍କ ପ୍ରତ୍ୟର୍ପଣ ପାଇଁ ଇଟାଲୀ ମନା କରିଦେଇଥିଲା। ଭାରତ ସରକାର ବିଭିନ୍ନ ରାଷ୍ଟ୍ର ସହିତ ଏକାଧିକ ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତ୍ୟର୍ପଣ ପାଇଁ ଆଇନଗତ ଲଢ଼େଇ ଚଳାଇଥିବାବେଳେ ଦୁବାଇ ଅଦାଲତର ରାୟ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି।
ଗତ ବର୍ଷ ଜୁଲାଇ ମାସରେ ଏହି ମାମଲାରେ ପ୍ରବର୍ତ୍ତନ ମନ୍ତ୍ରଣାଳୟ ସମ୍ପ୍ରତି ପୂର୍ବତନ ବାୟୁସେନା ମୁଖ୍ୟ ଏସ୍‍.ପି ତ୍ୟାଗି, ତାଙ୍କର ଦୁଇ ସମ୍ପର୍କୀୟ, ଓକିଲ ଗୌତମ ଖଇତାନ, ଦୁଇ ଜଣ ଇଟାଲୀୟ ମଧ୍ୟସ୍ଥ ଓ ଫନ୍‍ମେକାନିକା ନାମରେ ଅତିରିକ୍ତ ଅଭିଯୋଗ ଫର୍ଦ ଦାଖଲ କରିଥିଲା। ସିବିଆଇ ମଧ୍ୟ ଏହି ମାମଲାରେ ଅଭିଯୋଗ ଫର୍ଦ ଦାଖଲ କରି ହେଲିକପ୍ଟର କାରବାରରେ ଭାରତ ସରକାର ୨୬୬୬ କୋଟି ଟଙ୍କାର କ୍ଷତି ସହିଥିବା ଦର୍ଶାଇଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୧୦ରେ ସରକାର ଏହି ହେଲିକପ୍ଟର କିଣିବା ପାଇଁ ଇଟାଲୀ ସହିତ ଚୁକ୍ତିବଦ୍ଧ ହୋଇଥିଲେ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories