www.samajalive.in
Saturday, December 13, 2025
23.1 C
Bhubaneswar

ମୋହନା ତହସିଲରେ ବିଭିନ୍ନ ପ୍ରମାଣପତ୍ର ପାଇଁ ନିଆଯାଉଛି ମୋଟା ଅଙ୍କର ଅର୍ଥ

ମୋହନା : ଗଜପତି ଜିଲ୍ଲା ମୋହନା ତହସିଲରେ ସାଧାରଣ ଲୋକଙ୍କ ଠାରୁ ବିଭିନ୍ନ ପ୍ରମାଣ ପତ୍ର, କରିଦେବା ପାଇଁ ହିତାଧିକାରୀଙ୍କ ଠାରୁ ଦଲାଲ ମାନେ ନେଉଛନ୍ତି ମୋଟା ଅଙ୍କର ଅର୍ଥ। ମୋହନା ବ୍ଳକରେ ରହିଥିବା କିଛି ଜନସେବା କେନ୍ଦ୍ରର ମାଲିକମାନେ ନିରୀହ ଆଦିବାସୀ, ଦଳିତ ଓ ସାଧାରଣ ବର୍ଗର ଲୋକମାନଙ୍କର ସରଳ ବିଶ୍ୱାସକୁ ନେଇ ସେମାନଙ୍କଠାରୁ ବିଭିନ୍ନ ଆଳ ଦେଖାଇ ଅର୍ଥ ଲୁଟିବାରେ ଲାଗିଛନ୍ତି । ତହସିଲ କାର୍ଯ୍ୟାଳୟରେ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର , ଆୟ ପ୍ରମାଣପତ୍ର ଓ ଉଚ୍ଚଶିକ୍ଷା ପାଇଁ ପ୍ରମାଣପତ୍ର ପାଇବା ସକାଶେ ଆବେଦନ କରିଥିବା ଛାତ୍ର /ଛାତ୍ରୀ ମାନଙ୍କଠାରୁ କିଛି ଅସାଧୁ ବ୍ୟକ୍ତି (ଦଲାଲ )ତହସିଲଦାରଙ୍କ ଅନୁପସ୍ଥିତିରେ ସେମାନଙ୍କ ଠାରୁ ବିଭିନ୍ନ ପ୍ରମାଣପତ୍ର ବାବଦକୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି।  ମୋହନା ବ୍ଲକ ବାସୀ ଏହାକୁ ବିରୋଧ କରିବା ସହିତ  ସ୍ଥାନୀୟ ବିଧାୟକ, ପ୍ରଶାସନ, ଓ ମିଡ଼ିଆ ବନ୍ଧୁ ମାନଙ୍କୁ ଅନୁରୋଧ କରିଛନ୍ତି ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ସହିତ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଦଲାଲ ମାନଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

 

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories