www.samajalive.in
Saturday, December 6, 2025
16.1 C
Bhubaneswar

କରୋନାରୁ ବଞ୍ଚିବାକୁ ଲୋକ ପିଉଛନ୍ତି ବିଷାକ୍ତ ମଦ

ତେହେରାନ: କରୋନାରୁ ବଞ୍ଚିବାକୁ ବାଟ ଖୋଜୁଛନ୍ତି ଲୋକେ । ଆମ ଦେଶରେ କେହିକେହି କାଢ଼ା ପିଇ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଯୋଜନା କରୁଛନ୍ତି ତ କେହି କେହି କରୋନାରୁ ଦୂରେଇ ରହିବାକୁ ଖୋଜୁଛନ୍ତି ମଦ । କରୋନାରୁ ବର୍ତିବାକୁ ଲୋକ ଯାବତୀୟ ପରୀକ୍ଷାନିରୀକ୍ଷା କରୁଛନ୍ତି । କରୋନାରୁ ବର୍ତିବା ପାଇଁ ଔଷଧ ସଂକ୍ରାନ୍ତରେ କୌଣସି ଗୁଜବକୁ ଲୋକମାନେ ତୁରନ୍ତ ବିଶ୍ବାସ କରି ନେଉଛନ୍ତି । କରୋନା ଭୟ ଲୋକମାନଙ୍କୁ ଏତେ ଗ୍ରାସ କରିଛି ଯେ କୌଣସି ପ୍ରକାର ଔଷଧ ପାଇଁ କୌଣସି ମୂଲ୍ୟ ଦେବା ପାଇଁ ଲୋକମାନେ ପ୍ରସ୍ତୁତ । ଯଦିଓ ଏଥିପାଇଁ କୌଣସି ଔଷଧ, ଟୀକା, ବଟିକା ଆବିଷ୍କାର ହୋଇନାହିଁ ଏବଂ କେବଳ ସାମାଜିକ ଦୂରତ୍ବ ହିଁ ଏହାର ଏକମାତ୍ର ପ୍ରତିଷେଧକ ବୋଲି କୁହାଯାଉଛି । ମାତ୍ର ମଧ୍ୟପ୍ରାଚ୍ୟରେ କରୋନାରୁ ବଞ୍ଚିବା ପାଇଁ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି । ଏହିପରି ଏକ ଗୁଜବ ଯୋଗୁଁ ଇରାନରେ ୭୦୦ ଲୋକଙ୍କର ମୃତ୍ୟୁ ଘଟିଛି ।

ମେଥେନଲ୍ ପିଇଲେ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତି ମିଳିବ ବୋଲି କେହି ଜଣେ ଗୁଜବ ପ୍ରଚାରିତ କରିଥିଲା । ଏହାପରେ ଲୋକମାନେ ବିନା କିଛି ଡ଼ାକ୍ତରୀ ପରାମର୍ଶରେ ବିଷାକ୍ତ ମେଥେନଲ ପିଇବାରେ ଲାଗିଲେ । ଯାହା ଫଳରେ ୭୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଇରାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶଦାତା ହୁସେନ ହସେନିୟନଙ୍କ ସୂଚନା ଅନୁସାରେ ବାସ୍ତବରେ ଏହି ଘଟଣାରେ କେତେ ଲୋକଙ୍କର ମୃତ୍ୟୁ ଘଟିଛି ତାହାର ଅନୁସନ୍ଧାନ ଚାଲିଛି । ବିଷାକ୍ତ ମଦ ପିଇ ୨୦୦ରୁ ଊର୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବାରୁ ମେଥେନଲ ମୃତକଙ୍କ ସଂଖ୍ୟା ନେଇ କିଛିଟା ପାର୍ଥକ୍ୟ ରହିଛି ବୋଲି ହୁସେନ କହିଛନ୍ତି । ବିଷାକ୍ତ ମଦ୍ୟପାନ କରି ମୃତ୍ୟୁ ବରଣ କରିଥିବା ଲୋକମାନଙ୍କୁ ଡ଼ାକ୍ତରଖାନା ଅଣାଯାଇ ନାହିଁ । ଏକ ସରକାରୀ ରିପୋର୍ଟ ଅନୁସାରେ ଗତବର୍ଷ ଏପ୍ରିଲମାସଠାରୁ ଚଳିତ ବର୍ଷ ଏପ୍ରିଲମାସରେ ବିଷାକ୍ତ ମଦ୍ୟପାନ କରି ମୃତ୍ୟୁ ଘଟଣା ପ୍ରାୟ ୧୦ ଗୁଣ ବଢ଼ିଛି । କରୋନା ଭୟ ଯୋଗୁଁ ଲୋକମାନେ ମଦ୍ୟପାନ କରୁଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଛି ।

- Advertisement -

ରାଷ୍ଟ୍ରୀୟ ପ୍ରାଧିକରଣ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିଷାକ୍ତ ମଦ ଯୋଗୁଁ ଇରାନରେ ମୃତ୍ୟୁ ସଂଖ୍ୟା ୭ଶହ ଅତିକ୍ରମ କରିଛି । ଗତ ୨୦ ଫେବ୍ରୁଆରୀରୁ ଏପ୍ରିଲ ୨୦ ତାରିଖ ମଧ୍ୟରେ ୭୨୮ ଜଣ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଜହାନପୁରରେ ୫୨୫ ଜଣ ମରିଛନ୍ତି । ଏଠାରେ ୫୦୧୧ ଜଣ ମେଥେନଲ ପିଇଥିବା ସୂଚନା ମିଳିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରବକ୍ତା କିନ୍ୟୋସ ।

ଇରାନରେ ପ୍ରାୟ ୪୦ଟି ମଦ କାରଖାନା ରହିଛି । ମାତ୍ର ଏବେ ପ୍ରାୟ ସବୁ କମ୍ପାନୀ ମଦ ପରିବର୍ତ୍ତେ ସାନିଟାଇଜର ଓ କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ଆବଶ୍ୟକୀୟ ସାମଗ୍ରୀ ଉତ୍ପାଦନ କରୁଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories