www.samajalive.in
Saturday, December 6, 2025
14.1 C
Bhubaneswar

ଦିଗମ୍ବର ଜୈନ ସମାଜ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

ପିପିଲି : ଭୁବନେଶ୍ୱର ସ୍ଥିତ ଦିଗମ୍ବର ଜୈନ ସମାଜ ପକ୍ଷରୁ ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ନୂଆଗୋଡି ଗ୍ରାମର ୩୧୧ ଗରିବ ଓ ଅସହାୟ ପରିବାରଙ୍କୁ ମଙ୍ଗଳବାର ରାସନ ସାମଗ୍ରୀ ବଣ୍ଟନ କରାଯାଇଛି। ଦିଗମ୍ବର ଜୈନ ସମାଜର କେନ୍ଦ୍ରୀୟ ସଦସ୍ୟ ସୌରଭ ଜୈନ, ସୌରଭ ରାୱକା, ବଣ୍ଟି ଚୌଧୁରୀ, ତରୁଣ ଚୌଧୁରୀ ଓ ରାଜ୍ୟ ସଦସ୍ୟ ରାଜକୁମାର ଜୈନ ପ୍ରମୁଖ ନୂଆଗୋଡି ଗ୍ରାମରେ ପହଞ୍ଚି କରୋନା ମହାମାରୀ ସଂପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ତଥା ତେଇସିପୁର ସମିତିସଭ୍ୟ ଧରଣୀଧର ସାହୁ, ସରପଞ୍ଚ ନରେନ୍ଦ୍ର ଦାସ, ୱାର୍ଡସଭ୍ୟ ମିର ଆଜାଦଙ୍କ ସହଯୋଗରେ ଉକ୍ତ ଗ୍ରାମର ପ୍ରତ୍ୟେକ ଘରକୁ ଘର ବୁଲି ଦିଗମ୍ବର ଜୈନ ସମାଜର ସଦସ୍ୟମାନେ ଚାଉଳ, ଅଟା, ଡାଲି, ଚୁଡା, ତେଲ, ଚିନି, ଚା’ପତି ଓ ମସଲା ଆଦି ରାସନ ସାମଗ୍ରୀକୁ ବଣ୍ଟନ କରିଥିଲେ। ଏହି ସମାଜସେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଉକ୍ତ ସଂଗଠନକୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories