www.samajalive.in
Tuesday, December 9, 2025
19.1 C
Bhubaneswar

ଜଳ ଓ ପରିମଳ ସମସ୍ୟା ସମାଧାନ କରି ନିଜ ଗ୍ରାହକଙ୍କୁ ସଶକ୍ତ କରୁଛି ମାଇକ୍ରୋଫାଇନାନ୍ସ ଶିଳ୍ପ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ / ୟୁନିସେଫ୍‍ର ମିଳିତ ନିରୀକ୍ଷଣକାରୀ କାର୍ଯ୍ୟକ୍ରମର ସଦ୍ୟତମ ରିପୋର୍ଟ ଅନୁଯାୟୀ ବିଶ୍ୱରେ ୭୮୫ ନିୟୁତ ଲୋକ ମୌଳିକ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ସେହି ସମୟରେ ୨ଶହ କୋଟି ଲୋକ, ଅର୍ଥାତ ପ୍ରତି ୩ ଜଣରେ ଜଣେ ଲୋକଙ୍କର ପାଇଖାନା ନାହିଁ । ଜଳ ଓ ପରିମଳ ସୁବିଧା ଉପଲବ୍ଧ କରାଇବା ସହିତ ତାହାର ଦୀର୍ଘସ୍ଥାୟୀ ପରିଚାଳନା ସୁନିଶ୍ଚିତ କରିବାକୁ ଉଦ୍ଦିଷ୍ଟ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୬’ରେ ବିଶ୍ୱସ୍ତରୀୟ ରାଜନୈତିକ କାର୍ଯ୍ୟକ୍ରମରେ ଜଳ ଓ ପରିମଳ ପ୍ରସଙ୍ଗ ବର୍ଦ୍ଧିତ ପ୍ରାଧାନ୍ୟ ଲାଭ କରୁଥିବା ପ୍ରତିଫଳିତ ହୋଇଛି । ଭାରତରେ ୧୩୮ କୋଟି ଲୋକଭ୍‍କ ମଧ୍ୟରୁ ୨୨୯ ନିୟୁତ ନାଗରିକଙ୍କ ନିମନ୍ତେ ଉନ୍ନତ ପରିମଳ ସୁବିଧା ସୁଯୋଗର ଅଭାବ ରହିଛି, ଯେଉଁମାନେ ଖୋଲାସ୍ଥାନରେ ମଳତ୍ୟାଗ କରୁଛନ୍ତି ଏବଂ ଏହା ଜଳବାହିତ ରୋଗର କାରଣ ହେଉଛି । ତେଣୁ ଏହି ପ୍ରସଙ୍ଗର ସମାଧାନ କ୍ଷେତ୍ରରେ ମାଇକ୍ରୋଫାଇନାନ୍ସ ଶିଳ୍ପର ଭୂମିକା ପ୍ରଶଂସନୀୟ ହୋଇଛି । ମାଇକ୍ରୋଫାଇନାନ୍ସ ଶିଳ୍ପ ଅର୍ଥ ଲଗାଣ କ୍ଷେତ୍ରରେ ରହୁଥିବା ତାରତମ୍ୟ ଦୂର କରିଆସୁଛି ଏବଂ ବନ୍ଧକମୁକ୍ତ ସହଜ ଋଣ ଯୋଗାଇଦେଇ ଅର୍ଥନୀତିର ସର୍ବନିମ୍ନ ସ୍ଥାନରେ ବାସ କରୁଥିବା ଲୋକଙ୍କ ନିକଟରେ ପହଞ୍ଚୁଛି । ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶେଷକରି ଗ୍ରାମାଞ୍ଚଳ ପରିବ୍ୟବସ୍ଥାରେ ଉନ୍ନତି ସହିତ ସ୍ଥିରତା ଆଣିବା କ୍ଷେତ୍ରରେ ଜଳାଭାବ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରୁଥିବାବେଳେ ମାଇକ୍ରୋଫାଇନାନ୍ସ ଶିଳ୍ପ ୱାଶ୍‍ (ଡବ୍ଲୁଏଏସଏଚ୍‍) ଋଣକୁ ଉତ୍ସାହିତ କରୁଛି । ପରିବାରଗୁଡିକର ପରିସର ମଧ୍ୟରେ ନିରାପଦ ଜଳ ଏବଂ ଉନ୍ନତ ପରିମଳ ବ୍ୟବସ୍ଥା ସମୟ ବଞ୍ଚାଇବା ସହିତ ନିମ୍ନ ଆୟକାରୀ ପରିବାରଗୁଡିକ ନିମନ୍ତେ ଉକ୍ତ ସମୟକୁ ଆୟ ସୃଷ୍ଟିକାରୀ ଉଦ୍ଦେଶ୍ୟରେ ଉପଯୋଗ କରୁଛି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories