www.samajalive.in
Saturday, December 6, 2025
26.1 C
Bhubaneswar

ଚାଲିଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କ ନିରାପଦ ଯାତ୍ରା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜର ଘରକୁ ଫେରିବାର ତ୍ୱରିତ ସୁବିଧା ଯୋଗାଣ ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ଚଳାଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଓ ବସର ସୁବିଧା କରାଯାଇଛି ଏବଂ ଏହାର ସୁବିଧା ସଂପୃକ୍ତ ଶ୍ରମିକଙ୍କୁ ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସ ୧୧ ତାରିଖରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଚିଠି ଲେଖାଯାଇଥିଲା ।

ପ୍ରବାସୀ ଶ୍ରମିକମାନେ ପାଦରେ ଚାଲି ଚାଲି ଘରକୁ ଫେରୁଥିବାରୁ ଏବଂ ରେଳପଥ ଉପରେ ଯାଉଥିବା ଦୃଷ୍ଟିରୁ ସେଥିପ୍ରତି ଧ୍ୟାନ ଦେବାକୁ ଏହି ଚିଠିରେ ରାଜ୍ୟମାନଙ୍କୁ କୁହାଯାଇଥିଲା । ଏଭଳି ଶ୍ରମିକଙ୍କୁ ପାଇଲେ ସେମାନଙ୍କୁ ଉପଯୁକ୍ତ ଭାବେ ବୁଝାସୁଝା କରି ନିକଟବର୍ତ୍ତୀ ଆଶ୍ରୟ କେନ୍ଦ୍ରକୁ ନେଇ ଖାଦ୍ୟ, ପାନୀୟ ଆଦି ଯୋଗାଇ ଦେବା ସହ ଶ୍ରମିକ ସ୍ପେଶାଲ ଟ୍ରେନ ଓ ସରକାରୀ ବସ ଯୋଗେ ଘରକୁ ପଠାଇବାର ବ୍ୟବସ୍ଥା କରିବାକୁ ମଧ୍ୟ ଏଥିରେ ଉଲ୍ଲେଖ ଥିଲା ।

- Advertisement -

ଏହା ସତ୍ତ୍ୱେ ପ୍ରବାସୀ ଶ୍ରମିକମାନେ ଏବେ ମଧ୍ୟ ରେଳପଥ ଉପରେ, ସଡକରେ ଚାଲି ଚାଲି ଯାଉଛନ୍ତି । କେତେକ ମଧ୍ୟ ଟ୍ରକରେ ଯାଉଥିବା ଖବର ଦେଶର ବିଭିନ୍ନ ଅଞ୍ଚଳରୁ ମିଳୁଛି । ଏହାକୁ ଦେଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପୁନର୍ବାର ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ଶ୍ରମିକମାନଙ୍କ ଏଭଳି ଯାତ୍ରାକୁ ବନ୍ଦ କରିବା ସହ ସେମାନଙ୍କ ନିରାପଦ ଯାତ୍ରାର ବ୍ୟବସ୍ଥା କରିବାକୁ କହିଛି ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିବୃତ୍ତିରେ କୁହାଯାଇଛି ଯେ ରେଳବାଇ ପ୍ରତିଦିନ ୧୦୦ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଉଛି । ଆବଶ୍ୟକ ପଡିଲେ ଅଧିକ ଟ୍ରେନ ଚଳାଇବାକୁ ରେଳବାଇ ମନ୍ତ୍ରଣାଳୟ ପ୍ରସ୍ତୁତ ଅଛି । ଅତଏବ ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ସହ ଚାଲି ଚାଲି ଘରକୁ ନ’ଫେରି ସ୍ୱତନ୍ତ୍ର ଟ୍ରେନ ଓ ବସର ସୁବିଧା ନେବାକୁ ଶ୍ରମିକମାନଙ୍କୁ ରାଜ୍ୟ ସରକାରମାନେ ଭଲ ଭାବେ ବୁଝାଇବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଏହା ସହିତ ଏସବୁ ଶ୍ରମିକ ସରକାରୀ ବ୍ୟବସ୍ଥାର ସୁବିଧା ଯେପରି ସହଜରେ ପାଇବେ ତାହା ସୁନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories