www.samajalive.in
Saturday, December 6, 2025
15.1 C
Bhubaneswar

କଠୋର ହେଲା କେନ୍ଦ୍ର, ଡେପୁଟେସନରେ ପଶ୍ଚିମବଙ୍ଗର ୩ ଆଇପିଏସ ଅଧିକାରୀ

ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପରେ ପଶ୍ଚିମବଙ୍ଗରେ ଆକ୍ରମଣ ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି ପଶ୍ଚିମବଙ୍ଗର ତିନି ଜଣ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନି ଅଧିକାରୀ ହେଉଛନ୍ତି ଦକ୍ଷିଣ ବେଙ୍ଗଲ ରେଞ୍ଜର ରାଜୀବ ମିଶ୍ର, ପ୍ରେସିଡେନ୍ସି ରେଞ୍ଜ ଡ଼ିଆଇଜି ପ୍ରବୀଣ କୁମାର ଏବଂ ଡାଇମଣ୍ଡ ହାରବର୍ ଏସପି ଭୋଲା ନାଥ ପାଣ୍ଡେ। ଏହି ଅଧିକାରୀମାନେ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ବିଜେପି ମୁଖ୍ୟ ନଡ୍ଡାଙ୍କ ଦାୟିତ୍ଵରେ ଥିଲେ।

ସର୍ବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ନିୟମ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି। ରାଜ୍ୟରେ ସୁରକ୍ଷା ବିଶୃଙ୍ଖଳାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୁରୁବାର ଦିନ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କଠାରୁ ରିପୋର୍ଟ ମାଗିଥିଲା। ଗୃହ ମନ୍ତ୍ରାଳୟ ବିଜେପି ମୁଖ୍ୟଙ୍କ ରାଜ୍ୟ ଗସ୍ତ ସମୟରେ ସୁରକ୍ଷା ଅବହେଳାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ଡିସେମ୍ବର ୧୪ରେ ମନ୍ତ୍ରଣାଳୟକୁ ସମନ କରିଛି।

- Advertisement -

ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ରାଜ୍ୟପାଳ କେନ୍ଦ୍ରକୁ ରିପୋର୍ଟ ପଠାଇଛନ୍ତି। ଡିସେମ୍ବର ୧୦ରେ ଶ୍ରୀ ନଡ୍ଡାଙ୍କ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ଡାଇମଣ୍ଡ ହାର୍ବରକୁ ଯିବା ବାଟରେ ତୃଣମୂଳ ସମର୍ଥକଙ୍କ ଦ୍ୱାରା ପଥର ଓ ବାଡିରେ ଆକ୍ରମଣ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories