www.samajalive.in
Saturday, December 6, 2025
17.1 C
Bhubaneswar

ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭି ୱିଣ୍ଡସର ଶୁଭାରମ୍ଭ

ଭୁବନେଶ୍ୱର : ଜେଏସ୍‌ଡବ୍ଲ୍ୟୁ ଏମ୍‌ଜି ମୋଟର ଇଣ୍ଡିଆ ପକ୍ଷରୁ ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ଇ-ସିୟୁଭି ଏମ୍‌ଜି ୱିଣ୍ଡସର ଶୁଭାରମ୍ଭ କରାଯାଇଛି। ଅଭିନବ ଡିଜାଇନ କୌଶଳ ସାଙ୍ଗକୁ ଅନେକ ଗୁଡ଼ିଏ ବୈଶିଷ୍ଟ୍ୟ ବିଶିଷ୍ଟ ଏହି ଯାନରେ ଆଭ୍ୟନ୍ତରୀଣ ସୁରକ୍ଷା, ଆରାମ ଦାୟକ ଡ୍ରାଇଭିଂ ଓ ଉନ୍ନତ କୌଶଳ ସୁବିଧା ରହିଛି। ଏହା ଏମଜିର ପିଓର ଇଭି ପ୍ଲାଟଫର୍ମରେ ନିର୍ମତ ହୋଇଛି ଯାହା ଏକ ବିଳାସପୂର୍ଣ୍ଣ ଅନୁଭୂତି ପ୍ରଦାନ କରିବ। ଭାରତର ଯାତ୍ରୀବାହୀ ଯାନ ବିଭାଗରେ ପ୍ରଥମ ଥର ପାଇଁ ଜେଏସ୍‌ଡବ୍ଲ୍ୟୁ ଏମ୍‌ଜି ମୋଟର ଇଣ୍ଡିଆ ଏହାର ବ୍ୟାଟେରୀ ବାସ ସର୍ଭିସ ଅଫର ଜରିଆରେ ମାଲିକାନା ଯୋଜନା ପ୍ରବର୍ତ୍ତନ କରିଛି। ଏହି ଯୋଜନା ପ୍ରାରମ୍ଭିକ କ୍ରୟ ମୂଲ୍ୟକୁ ହ୍ରାସ କରିବା ସହିତ ପ୍ରତି କିଲୋମିଟର ଖର୍ଚ୍ଚକୁ ହ୍ରାସ କରିବ। ଏହାର ନିଶ୍ଚିତ ମୂଲ୍ୟ ଯୋଜନା ଦ୍ବାରା ୩ ବର୍ଷ କିମ୍ବା ୪୫,୦୦୦ କିମି ପରେ ଏହାର ମୂଲ୍ୟ ମୂଳ ମୂଲ୍ୟର ୬୦% ରହିବ। ଏହା୪୦ ମିନିଟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇପାରିବ ବୋଲି କମ୍ପାନୀର ନିର୍ଦେଶକ ପାର୍ଥ ଜିନ୍ଦଲ କହିଛନ୍ତି। ସେବାମୁକ୍ତ ସିଇଓ ରାଜୀବ ଛାବା କହିଛନ୍ତି ଯେ ଏହାର ଉନ୍ନତ ଜ୍ଞାନ କୌଶଳ ଓ ଅଭିନବ ବୈଶିଷ୍ଟ ନୂଆ ପିଢିର ଗ୍ରାହକଙ୍କୁ ଆକର୍ଷିତ କରିବ। ଏହା ପ୍ରାରମ୍ଭିକ  ୯.୯୯ ଲକ୍ଷ ଟଙ୍କା ସହିତ ବ୍ୟାଟେରୀ ଭଡ଼ା ପାଇଁ କିଲୋମିଟର ପିଛା ସାଢ଼େ ତିନି ଟଙ୍କାରେ ଉପଲବ୍ଧ ହେବ।

ଏସିଆନ ଚମ୍ପିଆନ୍‌ସ ଟ୍ରଫି ହକି: ଭାରତର କ୍ରମାଗତ ଚତୁର୍ଥ ବିଜୟ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories