ନୂଆଦିଲ୍ଲୀ : ଅଟୋମୋବାଇକ କମ୍ପାନୀ ଏମଜି ମୋଟର୍ସ ନିଜର ପ୍ରଥମ ଏସୟୁଭି କାର ‘ହେକ୍ଟର’ ଉପରୁ ପରଦା ଉଠାଇଛି। ଏହି ଗାଡିର ବୁକିଂ ଚଳିତ ବର୍ଷ ଜୁନ ମାସରୁ ଆରମ୍ଭ ହେବାକୁ ଯାଉଛି। କିଛି ସପ୍ତାହ ପରେ କମ୍ପାନୀ ବିଭିନ୍ନ ସହରରେ ଥିବା କାର ଶୋ ରୁମକୁ କାରର ଉପ୍ତାନୀ ଆରମ୍ଭ କରିବ।
ଏହି କାରରେ ଉଭୟ ୧.୫ଲିଟର ଟ୍ରବି ଚାର୍ଜ ପେଟ୍ରୋଲ ଏବଂ ୨.୦ ଲିଟର ଡିଜେଲ ଇଞ୍ଜିନ ରହିଛି। କାରର ଲମ୍ବା ୪୬୫୫ ଏମଏମ, ପ୍ରସ୍ଥ ୧୮୩୫ ଏମଏମ ଓ ଉଚ୍ଚତା ୧୭୬୦ ଏମଏମ ରହିଛି। ଏହାବ୍ୟତୀତ କାରର ସମ୍ମୁଖ ଭାଗରେ କ୍ରୋମ ଫିନିସ ସହ କଳା ରଙ୍ଗର ବଡ ଗ୍ରିଲ ଦିଆଯାଇଛି, ଯାହା ସମସ୍ତଙ୍କୁ ଆକୃଷ୍ଟ କରୁଥିବା ଜଣାପଡିଛି। କାରର ପଛ ଭାଗରେ ଏକ ଜରୁରିକାଳୀନ କଲ୍, ୧୭ ଇଞ୍ଚ ଟାୟାର, ସନରୁଫ, ରିମୋଟ କଣ୍ଟ୍ରୋଲ ଡୋର ଲକ ଆଦି ଅତ୍ୟାଧୁନିକ ସୁବିଧା ରହିଛି। ଭାରତୀୟ ବଜାରରେ ଏହି କାର ଜୁନ ମାସରେ ବଜାର ପ୍ରବେଶ କରାଯିବ। ଏହି କାରର ମୂଲ୍ୟ ପାଖାପାଖି ୨୦ଲକ୍ଷ ଟଙ୍କା ରହିବ ବୋଲି ଆଶା ରହିଛି।
ଏମଜି ମୋଟର୍ସର ‘ହେକ୍ଟର’ କାରରୁ ଉଠିଲା ପରଦା
Popular Categories



