www.samajalive.in
Saturday, December 13, 2025
26.1 C
Bhubaneswar

ଗପି ଗପି ବଢାନ୍ତୁ ସ୍ମରଣ ଶକ୍ତି

ବହୁ ଲୋକଙ୍କର ସ୍ମରଣ ଶକ୍ତି ଦୁର୍ବଳ ଯୋଗୁଁ ସେମାନେ ଗୋଟିଏ କଥାକୁ ଅଧିକ ସମୟ ମନେ ରଖି ପାରନ୍ତି ନାହିଁ। ଏହାଦ୍ୱାରା ପାଠପଢାରେ ମଧ୍ୟ ଅବନ୍ନୋତି ଦେଖା ଦେଇଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ସେମାନେ ବହୁ ପନ୍ଥା ଆପଣାଇ ଥାଆନ୍ତି। ହେଲେ ଶେଷରେ ନିରାଶ ହୋଇ ଚିନ୍ତିତ ହୋଇ ପଡ଼ନ୍ତି। ତେବେ ଏବେ ଏପରି ଏକ ତଥ୍ୟ ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ସହଜ ଉପାୟରେ ଓ ବିନା କୌଣସି ଖର୍ଚ୍ଚରେ ଆପଣ ନିଜର ସ୍ମରଣ ଶକ୍ତି ବଢାଇ ପାରିବେ। ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ –

ନିଜର ସାଙ୍ଗ କିମ୍ବା କୌଣସି ନିକଟତର ଲୋକଙ୍କ ସହ କିଛି ସମୟ ମନ ଖୋଲି ଗପନ୍ତୁ। ଏହାର ସୁପ୍ରଭାବ ଆପଣ ଅନୁଭବ କରିପାରିବେ। ହେଲେ ଗପିବାର ବିଷୟବସ୍ତୁ ସକରାତ୍ମକ ହେବା ଆବଶ୍ୟକ। କେବଳ ସେତିକି ନୁହେଁ, ଗପିବା ସମୟରେ ଅଯଥା ଯୁକ୍ତିତର୍କ ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଭଲ କଥା ଆଲୋଚନା କରିବା ଦ୍ୱାରା ତାହା ସ୍ମରଣ ଶକ୍ତିକୁ ଅନେକାଂଶରେ ବୃଦ୍ଧି କରିଥାଏ ବୋଲି ଲଣ୍ଡନ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ଗବେଷଣାରୁ ଜାଣିପାରିଛନ୍ତି। ଗବେଷଣା ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ପରସ୍ପର ସହ ପ୍ରତିଦିନ କିଛି ସମୟ ଗପିବାକୁ ପରାମର୍ଶ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ଏହାର ପ୍ରଭାବ କିପରି ରହୁଛି ତାହା ଅନୁଧ୍ୟାନ କରିବା ପରେ ମନୋବିଜ୍ଞାନୀମାନେ ଏଭଳି ସିଦ୍ଧାନ୍ତରେ ପହଞ୍ଚଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories