www.samajalive.in
Sunday, December 14, 2025
14.1 C
Bhubaneswar

ସାଂସଦଙ୍କ ଉପସ୍ଥିତରେ ବରିଷ୍ଠ ନାଗରିକଙ୍କ ପକ୍ଷରୁ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗଞ୍ଜାମ : ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକଙ୍କ ପକ୍ଷରୁ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉପସ୍ଥିତରେ ଗଞ୍ଜାମ ରେଳ ଷ୍ଟେସନରେ ପୁରୀ -ତିରୁପତି ଦ୍ରୁତଗାମୀ ଟ୍ରେନ ରହଣି ନେଇ ଏକ ସ୍ମାରକ ପତ୍ର ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଶୁକ୍ରବାର ଦିନ ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ଡିଭିଜିନାଲ କମିଟି  ବୈଠକ ସମୟରେ ସାଂସଦ ଶ୍ରୀ ସାହୁଙ୍କ ଉପସ୍ଥିତିରେ ଦକ୍ଷିଣପୂର୍ବ ରେଳବିଭାଗ ଜିଏମ ମନୋରଞ୍ଜନ ଅନୁଶର୍ମାଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସ୍ମାରକ ପତ୍ର ପ୍ରଦାନ ବେଳେ ପୌରାଞ୍ଚଳ ବରିଷ୍ଠ ନାଗରିକ ଉପସଭାପତି ରବିନ୍ଦ୍ର କୁମାର ପଣ୍ଡା, ମଙ୍ଗରାଜ ପଣ୍ଡା, ବ୍ରଜ ପାଣିଗ୍ରାହୀ  ପ୍ରମୁଖ ଉପସ୍ଥିତ ରହିଥିଲେ।
ସୂଚନା ଥାଉକି ଗଞ୍ଜାମ ରେଳ ଷ୍ଟେସନରେ  ବହୁ ବର୍ଷ ହେଲା  ହିରାଖଣ୍ଡ ଓ ପୁରୀ-ତିରୁପତି ଦୁଇ ଦ୍ରୁତଗାମୀ ଟ୍ରେନ ରହି ଆସୁଥଲା। ଗତ କୋଭିଡ ସମୟରୁ ଉଭୟ ଦ୍ରୁତଗାମୀ ଟ୍ରେନର ଗଞ୍ଜାମ ଷ୍ଟେସନରେ ରହଣି ବାତିଲ କରିଦିଆ ଯାଇଥିଲା। ଫଳରେ ଲୋକମାନେ ଯାତାୟାତ ପାଇଁ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳ ତଥା ଗଞ୍ଜାମ ସହରାଞ୍ଚଳରେ ଏହି ଅସୁବିଧା ଦୃଷ୍ଟିରୁ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ନେତୃତ୍ୱରେ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତରଫରୁ ରେଳ ଷ୍ଟେସନ  ନିକଟରେ ଗତ ମାସ ୨ତାରିଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ଧାରଣାର କିଛି ଦିନ ବ୍ୟବଧାନ ପରେ ଗଞ୍ଜାମ ରେଳ ଷ୍ଟେସନରେ ହୀରାଖଣ୍ଡ ଦ୍ରୁତଗାମୀ ଟ୍ରେନ ର ପୁନଃ ରହଣି ଆରମ୍ଭ ହୋଇଛି। କିନ୍ତୁ ପୁରୀ-ତିରୁପତି ଦ୍ରୁତଗାମୀ ଟ୍ରେନର ରହଣି ହୋଇନାହିଁ। ଯାହାକୁ ନେଇ  ବରିଷ୍ଠ ନାଗରିକ କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟ ଭୁବନେଶ୍ୱର ଗସ୍ତ କରି ରେଳ ବିଭାଗ କର୍ତ୍ତୃପକ୍ଷଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
ଏହି ସମସ୍ୟା ରେଳ ବିଭାଗ ବୋର୍ଡଙ୍କୁ ଅବଗତ କରିବେ ବୋଲି  ଜିଏମ  ପ୍ରତିଶୃତି ଦେଇଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories