www.samajalive.in
Friday, December 12, 2025
16.1 C
Bhubaneswar

ସନାତନ ଧର୍ମ ବିଲୁପ୍ତ କରିବା ମନ୍ତବ୍ୟର ବିରୋଧ, କଡା କାର୍ଯ୍ୟାନୁଷ୍ଠାନ ଦାବି

ସମ୍ବଲପୁର : ତାମିଲନାଡୁର ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗତ ୨ ତାରିଖରେ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ଓ କରୋନା ଭୂତାଣୁ ସଂକ୍ରମିତ ସହିତ ସମାନ କହି ସନାତନ ଧର୍ମକୁ ମୁଳୋତ୍ପାଟନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହାକୁ ଶ୍ରୀ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ସମ୍ବଲପୁର ପକ୍ଷରୁ ତୀବ୍ର ବିରୋଧ କରାଯାଇ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ଦେଇ ଉଦୟନିଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସୋମବାର ସମ୍ବଲପୁର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, ଉଦୟନିଧିଙ୍କ ମନ୍ତବ୍ୟ ସମ୍ବିଧାନର ଧାରା ୨୫ ଓ ୨୬କୁ ଅବମାନନା କରୁଛି। ଏହି ମନ୍ତବ୍ୟ ସାମାଜିକ ଗରମାଧ୍ୟମରେ ପ୍ରଚାର ହେବା ଦ୍ୱାରା ସନାତନୀ ହିନ୍ଦୁ ସମାଜର ଧାର୍ମିକ ଭାବନାକୁ ଘୋର ଆଘାତ ସହିତ ମାନସିକ ଯନ୍ତ୍ରଣା ଦେଇଛି । ଏଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତି ବିଶେଷ ବିରୋଧରେ ହିନ୍ଦୁ ଧର୍ମ ଆଇନ ଅନୁଯାୟୀ ଦୃଷ୍ଟାନ୍ତ ମୂଳକ କଠୋର ଦଣ୍ଡ ବିଧାନ କରାଯାଉ । ଏଥି ସହ ଧର୍ମ ଓ ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ଭଳି ମନ୍ତବ୍ୟ ଦେଇଥିବାରୁ ଦେଶଦ୍ରୋହ ମାମଲା ରୁଜୁ କରାଯାଉ, ଯାହା ଫଳରେ ଆଗାମୀ ଦିନରେ କୌଣସି ବ୍ୟକ୍ତି ବିଶେଷ ଏପରି ମନ୍ତବ୍ୟ ଦେବାରୁ ବିରତ ରହିବେ ବୋଲି ଶ୍ରୀ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ସମ୍ବଲପୁର ତରଫରୁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସଭାପତି ରବି ନାରାୟଣ ପଣ୍ଡା, କାଳିଦାସ ପଣ୍ଡା, ଲକ୍ଷ୍ମଣ କୁମାର ବେହେରା, ଗିରିଜା ଶଙ୍କର ପଣ୍ଡା, କାହ୍ନୁଚରଣ ଷଡଙ୍ଗୀ, ଜିତେନ୍ଦ୍ର କୁମାର ନନ୍ଦ, ମନବୋଧ ପାଢ଼ୀ, ସୁରିତ ପାଢ଼ୀ, ରାକେଶ ମିଶ୍ର, ଶଶିଭୂଷଣ ବ୍ରହ୍ମଚାରୀ, ସୁବ୍ରତ ପୁରୋହିତ, ଆଲୋକ ପଣ୍ଡା, ଉତ୍ତମ ରଥ, ରମେଶ ପୁରୋହିତ ଙ୍କ ସମେତ ୨୦ରୁ ଅଧିକ ପଣ୍ଡିତ ଓ ସଦସ୍ୟ ଉପସ୍ଥିତ ରହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories