www.samajalive.in
Saturday, December 13, 2025
21.1 C
Bhubaneswar

ନବ ନିର୍ମିତ ବଜାରକୁ ସ୍ଥାନାନ୍ତରିତ ହେଲା ଗୋବିନ୍ଦତୋଳା ହରଡ଼ଜୋର ଦ୍ଵିତୀୟ ବ୍ରିଜ ପରିବା ବଜାର

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋବିନ୍ଦତୋଳା ଠାରେ ପରିବା ବଜାର ଅନେକ କିଛି ବର୍ଷ ହେଲା ନିର୍ମାଣ କରାଯାଇଛି । ହେଲେ ଗୋବିନ୍ଦତୋଳା ହରଡ଼ ଜୋର ଉପରେ ଯାତାୟାତର ସୁବିଧା ପାଇଁ ଦ୍ଵିତୀୟ ବ୍ରିଜ ନିର୍ମାଣ ହେଲା ପରେ ବ୍ରିଜ ଉପରେ ଜୋର ଜବରଦସ୍ତ ପରିବା ବିକାଳୀ ମାନେ ବଜାର ବସାଇଲେ । ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ସେମାନଙ୍କ ଠାରୁ ଟିକସ ମଧ୍ୟ  ଆଦାୟ କରିଚାଲିଲେ । ଅନେକ ପ୍ରତିବାଦ ଓ ଅଭିଯୋଗ ପରେ ପରିବା ବଜାରଟି ପୂର୍ବ ବଜାରକୁ ସ୍ଥାନାନ୍ତରିତ ହୋଇଛି, ହେଲେ ସମମ୍ୟାର ସମାଧାନ ବଦଳରେ ସମସ୍ୟା ବଢିଚାଲିବା ଦୁର୍ଭାଗ୍ୟର ବିଷୟ ବୋଲି ସମାଜସେବୀ ସୂର୍ଯ୍ୟ ପାଣିଗ୍ରାହୀ ଉଦବେଗ ପ୍ରକାଶ କରିଛନ୍ତି।

ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ଯେ, ସମ୍ବଲପୁର ମହାନଗର ନିଗମ କର୍ତୃପକ୍ଷ ଠିକାଦାର ମାଧ୍ୟମରେ ବିକାଳୀ ମାନଙ୍କ ଠାରୁ ଟିକସ ଆଦାୟ କରୁଛନ୍ତି ସତ, ହେଲେ ବଜାରକୁ ଆଜିଯାଏ ବ୍ୟବସ୍ଥିତ କରି ପାରିନାହାନ୍ତି । ଆଜି ମଧ୍ୟ ପରିବା ବଜାରରେ ଥିବା ପିଣ୍ଡିରେ ନ ବସି ରାସ୍ତା ଉପରେ ବସୁଛନ୍ତି । ଯଦ୍ୱାରା ମାରୁତି ନଗରକୁ ଯାଉଥିବା ମୁଖ୍ୟ ରାସ୍ତାଟି ସମ୍ପୂର୍ଣ୍ଣ ସଂକୁଚିତ ହୋଇଯାଉଛି ଏବଂ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହାନଗର ନିଗମ କର୍ତ୍ତୃପକ୍ଷ ତଥା ପରିବା ବଜାରକୁ ଠିକାରେ ନେଇଥିବା ସମ୍ପୃକ୍ତ ଠିକାଦାରଙ୍କର ତତ୍ପରତା ଓ ସୁପରିଚାଳନାର ଅଭାବରୁ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ଏକ ପ୍ରେସ ବିବୃତିରେ ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରୁଛନ୍ତି । ସମାଜସେବୀ ଶ୍ରୀ ପାଣିଗ୍ରାହୀ ଆହୁରି କହିଛନ୍ତି ଯେ, ଏହି ଗୋବିନ୍ଦତୋଳା ପରିବା ବଜାରର ପାର୍ଶ୍ୱବର୍ତ୍ତୀ ସରକାରୀ ଜମିକୁ ଜବରଦଖଲ କାରୀଙ୍କ ପାଖରୁ ଉଚ୍ଛେଦ କରାଯାଉ ଏବଂ ବିକାଳୀ ମାନଙ୍କ ପାଇଁ ଆହୁରି ପିଣ୍ଡି ନିର୍ମାଣ କରଯାଉ ଓ ରାସ୍ତା ଉପରେ ବସିବାରୁ ବାରଣ କରାଯାଉ । ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ଏହି ସମସ୍ୟାର ଦୂରୀକରଣ ପାଇଁ ଗୁରତର ସହ ବିଚାର କରି ସମାଧାନ କରିବାକୁ ସମାଜସେବୀ ଶ୍ରୀ ପାଣିଗ୍ରାହୀ ଦାବୀ ଜଣାଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories