www.samajalive.in
Thursday, December 11, 2025
15.1 C
Bhubaneswar

ଜିଲ୍ଲା ସ୍ଥରୀୟ ସଂସ୍କୃତ ଦିବସ ପାଳିତ

ଫୁଲବାଣୀ : ବନ୍ଧଗଡ଼ ଉଚ୍ଚ ବିଦ୍ୟାଳୟରେ କନ୍ଧମାଳ ଜିଲ୍ଲା ସଂସ୍କୃତ ଶିକ୍ଷକ ମହାସଂଘର ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇଛି। ଏହି କାର୍ୟ୍ୟକ୍ରମରେ ରାଜ୍ୟ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ସଦସ୍ୟ ତଥା ସରକାରୀ ହାଇସ୍କୁଲ ବଲସକୁମ୍ପାର ସଂସ୍କୃତ ଶିକ୍ଷକ ପଞ୍ଚାନନ ବେହେରା ଯୋଗଦେଇ ସଂସ୍କୃତ ଭାଷାର ପ୍ରସାର ଏବଂ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ଆଲୋଚନାରେ ସେ କହିଥିଲେ ଯେ ସଂସ୍କୃତ ଭାଷାର ଅନେକ ମହତ୍ତ୍ଵ ରହିଛି, ଯାହାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଚରିତ୍ର ଗଠନ ଏବଂ ସଂସ୍କାର ସୃଷ୍ଟି କରିବାରେ ବେଶ୍ ଭୂମିକା ରହିଛି, ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କୁ ଏହି ସଂସ୍କୃତ ଭାଷା ଦ୍ଵାରା ବିଭିନ୍ନ କ୍ଷେତ୍ରରେ ସଂସ୍କାରିତ ଜ୍ଞାନ ପ୍ରଦାନ କରାଯାଇ ପାରିବ। ଏହି ସଂସ୍କୃତ ଭାଷାକୁ ଗୁରୁତ୍ୱ ଦେଲେ ଆମର ଭାରତୀୟ ସଂସ୍କୃତି ବଞ୍ଚିରହିବ। ସଂସ୍କୃତ ଭାଷାକୁ ଆଦି ଭାଷା ବୋଲି କୁହାଯାଏ। ଏହି ସଂସ୍କୃତ ଭାଷାଠାରୁ ସମସ୍ତ ଭାଷାର ଉତ୍ପତ୍ତି ବୋଲି ସଂସ୍କୃତ ଶିକ୍ଷକ ପଞ୍ଚାନନ ବେହେରା। କାର୍ଯ୍ୟକ୍ରମରେ ଜିଲ୍ଲାର ଲୋକ ଭାଷା ପ୍ରଚାର ପ୍ରସାର ସମିତିର ଅଧ୍ୟକ୍ଷ ତଥା ଜିଲ୍ଲା ସଂସ୍କୃତ ଶିକ୍ଷକ ମହାସଂଘର ଉପଦେଷ୍ଟା ଓ ବରିଷ୍ଟ ସଂସ୍କୃତ ଶିକ୍ଷକ ଦିନ ବନ୍ଧୁ ହୋତା କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତ ଶିକ୍ଷକ ମହାସଂଘର କୋଷାଧ୍ୟକ୍ଷ। ଅଶୋକ କୁମାର ଷଡଙ୍ଗୀ, ଜିଲ୍ଲା ସମ୍ପାଦକ ପ୍ରତାପ କୁମାର ପଣ୍ଡା , ଜିଲ୍ଲା ସଂଘର ଉପଦେଷ୍ଟା ସଂସ୍କୃତ ଶିକ୍ଷୟିତ୍ରୀ ସୂଜତା ରାଣୀ ପଟ୍ଟନାୟକ ଏବଂ ସାରଙ୍ଗଡ ହାଇସ୍କୁଲର ସଂସ୍କୃତ ଶିକ୍ଷକ ସମୋନାଥ ଦାସ ଯୋଗ ଦେଇ ଥିଲେ। ବିଭିନ୍ନ ସଂସ୍କୃତ ଶ୍ଲୋକ ମାଧ୍ୟମରେ କାର୍ୟ୍ୟକ୍ରମରେ ଉପସ୍ଥିତ ଛାତ୍ର ଛାତ୍ରୀ ତଥା ଅନ୍ୟମାନଙ୍କୁ ସଂସ୍କୃତ ଦିବସ ବିଷୟରେ ବୁଝାଇ ଥିଲେ। ଜିଲ୍ଲା ସଂସ୍କୃତ ଶିକ୍ଷକ ମହାସଂଘର ସଭାପତି ବ୍ରହ୍ମାନନ୍ଦ ଦାସ ସମସ୍ତ କାର୍ଯ୍ୟପରିଚାଳନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories