www.samajalive.in
Saturday, December 6, 2025
14.1 C
Bhubaneswar

ମେଲାନିୟାଙ୍କ ହାତ ଧରି ତାଜମହଲ ବୁଲି ଦେଖିଲେ ଟ୍ରମ୍ପ, ମୋବାଇଲ୍‌ରେ ଫଟୋ ଉଠାଇବାରେ ବ୍ୟସ୍ତ ରହିଲେ ଇଭାଙ୍କା

ଆଗ୍ରା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଅହମଦାବାଦରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବା ସହିତ ମୋଟେରା ଷ୍ଟାଡିୟମରେ ଲକ୍ଷାଧିକ ଲୋକଙ୍କୁ ଉଦବୋଧନ ଦେବା ପରେ ତାଜମହଲ ଦର୍ଶନ କରିବା ଲାଗି ଉତ୍ତରପ୍ରଦେଶର ଆଗ୍ରାରେ ପହଞ୍ଚିଛନ୍ତି। ଅପରାହ୍ନରେ ଟ୍ରମ୍ପ ପତ୍ନୀ ମେଲାନିୟା, ଝିଅ ଇଭାଙ୍କା ଏବଂ ଜ୍ଵାଇଁ ଜେରେଡ୍‌ କୁଶନରଙ୍କ ସହିତ ଆଗ୍ରାରେ ପହଞ୍ଚିଥିଲେ। ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରମ୍ପ ଏବଂ ତାଙ୍କ ପରିବାରବର୍ଗଙ୍କୁ ସ୍ବାଗତ କରିଥିଲେ। ପରେ ଟ୍ରମ୍ପ ସପରିବାର ତାଜମହଲ ବୁଲିବା ଲାଗି ଯାଇଥିଲେ। ଟ୍ରମ୍ପ ମେଲାନିୟାଙ୍କ ହାତ ଧରି ପ୍ରେମର ପ୍ରତୀକ ଏହି ତାଜମହଲର ବିଭିନ୍ନ ସ୍ଥାନ ବୁଲିବା ସହିତ ମନୋରମ ପରିବେଶ ଏବଂ ସୌନ୍ଦର୍ଯ୍ୟର ଭରପୂର ଉପଭୋଗ କରିଥିଲେ। ବିଭିନ୍ନ ସ୍ଥାନରେ ଉଭୟେ ଏକାଠି ପୋଜ୍‌ ଦେଇ ଫଟୋ ଉଠାଇଥିଲେ। ଜଣେ ଗାଇଡ୍‌ ସେମାନଙ୍କୁ ତାଜମହଲର ଇତିହାସ ସମ୍ପର୍କରେ ସୂଚନା ଦେଉଥିଲେ।

Image Courtesy: Amar ujala

 

- Advertisement -

ସେପଟେ ଇଭାଙ୍କା ତାଙ୍କ ସ୍ବାମୀ କୁଶନରଙ୍କ ସହ ବୁଲୁଥିବା ଦେଖାଯାଇଥିଲା। ଇଭାଙ୍କା ନିଜ ମୋବାଇଲରେ ତାଜମହଲର ବିଭିନ୍ନ ସ୍ଥାନର ଫଟୋ ଉଠାଇବା ସହିତ ସେଲ୍‌ଫି ମଧ୍ୟ ଦେଉଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଟ୍ରମ୍ପ ଓ ତାଙ୍କ ପରିବାର ତାଜମହଲ ବୁଲିବା ପରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories