www.samajalive.in
Sunday, December 14, 2025
19.1 C
Bhubaneswar

ମେହୁଲ ଚୋକ୍‍ସି ଭାରତ ଫେରିବା ପଥ ପରିଷ୍କାର, ଭାରତ-ଆଣ୍ଟିଗୁଆ ପ୍ରତ୍ୟର୍ପଣ ରାଜିନାମା ସ୍ୱାକ୍ଷର

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ତଥା ଗୀତାଞ୍ଜଳି ଜେମ୍ସର ମାଲିକ ମେହୁଲ ଚୋକ୍‍ସିଙ୍କ ଉପରେ ଅଙ୍କୁଶ ଲଗାଇବାରେ ଭାରତ ସରକାର ସଫଳ ହୋଇଛନ୍ତି। ଏହାସହ ମେହୁଲ ଚୋକ୍‍ସିଙ୍କ ଭାରତ ଫେରିବା ପଥ ପରିଷ୍କାର ହୋଇଛି। ଏଥିନିମନ୍ତେ ଭାରତ ଏବଂ ଆଣ୍ଟିଗୁଆ ସରକାରଙ୍କ ମଧ୍ୟରେ ଏକ ପ୍ରତ୍ୟର୍ପଣ ରାଜିନାମା ସ୍ୱାକ୍ଷର ହୋଇଛି। ଫଳରେ ଏବେ ଅତି ସହଜରେ ଆଇନ୍‍ ଅନୁସାରେ ମେହୁଲ ଚୋକ୍‍ସିଙ୍କୁ ଭାରତ ଆଣି ହେବ। ଉଲ୍ଲେଖଯୋଗ୍ୟ ଯେ ମେହୁଲ ଚୋକ୍‍ସି କାରେବିୟନ ଦେଶ ଆଣ୍ଟିଗୁଆର ନାଗରିକତ୍ୱ ହାସଲ କରିଛନ୍ତି। ଆଣ୍ଟିଗୁଆ ସରକାରଙ୍କ ସହ ଭାରତର ପ୍ରତ୍ୟର୍ପଣ ଭଳି କୌଣସି ଚୁକ୍ତି ନଥିଲା। ଭାରତର ଏକ ଦଳ ଶୁକ୍ରବାର ଆଣ୍ଟିଗୁଆରେ ପହଞ୍ଚି ସେଠାକାର ବିଦେଶ ମନ୍ତ୍ରାଳୟର ଅଧିକାରୀଙ୍କୁ ଭେଟି ମେହୁଲଙ୍କୁ ପ୍ରତ୍ୟର୍ପଣ ପାଇଁ ଆବେଦନ କରିବା ସହ ଆଲୋଚନା କରିଥିଲେ। ଆଲୋଚନା ସଫଳ ହେବା ପରେ ଉଭୟ ରାଷ୍ଟ୍ର ଏକ ପ୍ରତ୍ୟର୍ପଣ ରାଜିନାମା ସ୍ୱାକ୍ଷର କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ବହୁକୋଟି ଟଙ୍କା ଠକି ନେଇ ମେହୁଲ ଚୋକ୍‍ସି ଭାରତ ଛାଡ଼ି ଆମେରିକାରେ ପଳାଇଥିଲେ। ଚଳିତ ମାସ ପ୍ରଥମ ସପ୍ତାହରେ ସେ ଆମେରିକା ଛାଡ଼ି ଆଣ୍ଟିଗୁଆକୁ ପଳାୟନ କରିଥିଲେ। ଆଣ୍ଟିଗୁଆ ସରକାର ଏନେଇ ଭାରତର ପ୍ରବର୍ତ୍ତନ ନିର୍ଦେଶାଳୟକୁ ସୂଚନା ପ୍ରଦାନ କରିବା ପରେ ଭାରତର ଏକ ଦଳ ସେଠାରେ ପହଞ୍ଚି ଚୋକ୍‍ସିଙ୍କ ପ୍ରତ୍ୟର୍ପଣ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ବ୍ୟାଙ୍କ ଠକେଇକୁ ନେଇ ସିବିଆଇ ଚୋକ୍‍ସି ଓ ତାର ସହଯୋଗୀ ତଥା ଭଣଜା ନୀରବ ମୋଦୀ ବିରୋଧରେ ମାମଲା ରୁଜୁ କରିଛି। ସିବିଆଇର ଅଭିଯୋଗଫର୍ଦ ଆଧାରରେ ମୁମ୍ବଇର ସ୍ୱତନ୍ତ୍ର କୋର୍ଟ ଚୋକ୍‍ସି ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଏହି ଗିରଫ ପରୱାନା ଆଧାରରେ ସିବିଆଇ ନୀରବ ଓ ଚୋକ୍‍ସିଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ପାଇଁ ଇଣ୍ଟରପୋଲର ଦ୍ୱାରସ୍ଥ ହୋଇଥିଲା। ନୀରବଙ୍କ ବିରୋଧରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିଛି। ଚୋକ୍‍ସିଙ୍କ ବିରୋଧରେ ଏହା ଇଣ୍ଟରପୋଲର ବିଚାରାଧୀନ ରହିଛି। ପିଏନବିରୁ ନୀରବ ମୋଦୀ ୬,୪୯୮.୨୦ କୋଟି ଓ ଚୋକ୍‍ସି ୬,୪୯୮.୨୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories