www.samajalive.in
Saturday, December 13, 2025
26.1 C
Bhubaneswar

ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ସଂଘର ବୈଠକ ଅନୁଷ୍ଠିତ

ରାମନାଗୁଡା: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡି଼ଜ୍ ୱାର୍କର୍ସ ଆସୋସିଏସନ୍ ରାମନାଗୁଡ଼ା ବ୍ଲକ ଶାଖାର ଏକ ବୈଠକ ଚାକୁଣ୍ଡା ହାଟପଦା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାନେତ୍ରୀ ସଂଯୁକ୍ତା ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ତଥା ଜିଲ୍ଲା ପ୍ରଭାରୀ ଯୋଗେଶ୍ଵର ଦାସ, ସମ୍ମାନୀୟ ଅତିଥି ଭାବେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ଼ ୱାର୍କର୍ସ‌ ଆସୋସିଏସନର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମଲୋୟା ସାହୁ, ଜିଲ୍ଲା ସମ୍ପାଦିକା ଉଷାରାଣି ଦାଶ, ଭାରତୀୟ ମଜଦୂର ସଙ୍ଘର ପ୍ରଶାନ୍ତ ପାଳ ଯୋଗଦେଇ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ମନମୁଖୀ ଶାସନ ବିରୋଧୀ ମନ୍ତବ୍ୟ ରଖିଥିଲେ। ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡି କର୍ମୀମାନଙ୍କ ପ୍ରତି ଆଣଦେଖା କରି ପ୍ରତିଶୃତି ଦେଉଥିବା ପ୍ରୋତ୍ସାହନ ରାଶିକୁ ଛଳନା ଭଳି ବ୍ୟବହାର କରୁଥିବା ଶୈଳୀକୁ ନିନ୍ଦା କରିଥିଲେ। ରାଜ୍ୟ ସଂଘର ନିଷ୍ପତିକ୍ରମେ ଆସନ୍ତା ଏପ୍ରିଲ ମାସ ୨ ଓ ୩ ତାରିଖ ଦିନ ସମସ୍ତ ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କୁ ୧୨ ଦଫା ଦାବିପତ୍ର ଦେବା ସହ ଏପ୍ରିଲ ମାସ ୭ ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ରାୟଗଡା ଜିଲ୍ଲା ସଂଘ ପକ୍ଷରୁ ରାୟଗଡା ଜିଲ୍ଲାପାଳଙ୍କୁ ୧୨ ଦଫା ଦାବି ପ୍ରଦାନ ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ରାଜ୍ୟର ନିଷ୍ପତିକ୍ରମେ ସୋପାନ କାମକୁ ବନ୍ଦ କରାଯାଇଥିବା ବିଷୟରେ ଆଲୋଚନା ହୋଇଥିଲା । ଅଙ୍ଗନୱାଡ଼ି କର୍ମୀମାନଙ୍କ ଦରମା ବିଭାଜିତ ହୋଇ ଆସୁଥିବାରୁ ତାକୁ ତୀବ୍ର ବିରୋଧ କରାଯାଇଥିଲା। ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଅଙ୍ଗନୱାଡ଼ି କର୍ମୀମାନଙ୍କ ପ୍ରତି ହେଉଥିବା ଅବହେଳା, ଅଣଦେଖା ଏବଂ ଅନ୍ୟାୟକୁ ତୁରନ୍ତ ବନ୍ଦ କରିବା ପାଇଁ ସରକାରଙ୍କ ନିକଟରେ ଶ୍ରମିକ ନେତା ଯୋଗେଶ୍ଵର ଦାସ ଦାବି କରିଛନ୍ତି। ଉକ୍ତ ବୈଠକରେ ଇନ୍ଦିରା ପଣ୍ଡା, ମିନତି କର, ବିଜୟିନୀ ନିମାଲା, ଯମୁନା ଶବର, ଜୟନ୍ତୀ ଗମାଙ୍ଗ, ମୁକ୍ତା କୁମିରିକା, ସସ୍ମିତା ଗମାଙ୍ଗ ପରିଚାଳନା କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories