www.samajalive.in
Thursday, December 11, 2025
18.1 C
Bhubaneswar

ମନସ୍ତରାରେ ପୁଣି ଖଟିଆରେ ବୁହା ହେଲେ ଗୁରୁତର ରୋଗୀ

ଲାଞ୍ଜିଗଡ: ସରକାରଙ୍କ ମାଳମାଳ ଯୋଜନା, ହେଲେ ଏହି ଯୋଜନା ପହଞ୍ଚି ପାରୁନି ଦୁର୍ଗମ ଅଞ୍ଚଳବାସୀଙ୍କ ପାଖରେ। ୨୫ବର୍ଷର ବିକାଶ ଗାଥା ଗାଉଥିବା ସରକାରଙ୍କ କାଗଜ କଲମରେ ସୀମିତ ରହୁଛି ଏହି ବିକାଶ। ନିର୍ବାଚନ ବେଳକୁ ଗଦାଗଦା ପ୍ରତିଶ୍ରୁତି ଦେଉଛନ୍ତି, ପରେ ବାସିପାଣିରେ ପଚାରୁ ନାହାନ୍ତି ନେତା। ଆମେ କହୁଛୁ ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ବେଡାଗାଁ ପଞ୍ଚାୟତର ଦୁର୍ଗମ ମନସ୍ତରା ଗାଁ କଥା। ଏହି ଗାଁରେ ଦେଖିବାକୁ ମିଳିଛି ସରକାରଙ୍କ ବିକାଶର ବିକଳ ଚିତ୍ର। ସୂଚନା ଅନୁସାରେ, ଗାଁର ଅଧିକାଶଂ ଅଧିବାସୀ ପଡୁଚାଷ କରି ନିଜ ପରିବାରର ପ୍ରତିପୋଷଣ କରିଥାନ୍ତି। ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ପଡୁଚାଷ କରିବା ପାଇଁ ଗାଁର ଚୈାତନ୍ୟ ମାଝୀ, ଝିଅ ସସ୍ମିତା ମାଝୀ ତାଙ୍କ ପରିବାର ଜଙ୍ଗଲକୁ ଗଛ କାଟିବାକୁ ଯାଇଥିଲେ। ଝିଅ ସସ୍ମିତା ମାଝୀ ଚାଷ କରିବା ପାଇଁ ଜଙ୍ଗଲ ସଫା କରୁଥିବା ବେଳେ ତଳେ ପଡିଯାଇଥିଲେ। ଫଳରେ ଏକ ଧାରୁଆ ଗଛରେ ପିଟି ହୋଇ ପେଟରେ ଗୁରୁତର ଆଘାତ ହୋଇ ଅଚେତ ହୋଇପଡିଥିଲେ। ସସ୍ମିତାର ପେଟର ମଧ୍ୟଭାଗ ଚିରି ହୋଇଯାଇଥିଲା। ଚୈତନ୍ୟ ମାଝୀ ଚିନ୍ତାରେ ପଡିଯାଇଥିଲେ କାହାକୁ କହିବେ, କଣ କରିବେ, କୁଆଡ଼େ ନେବେ? ଗାଁ ଲୋକେ ଖବର ପାଇ ଘଟଣା ସ୍ଥଳକୁ ଯାଇଥିଲେ। ପାହାଡ ଚଢି ନେଟୱର୍କ ସର୍ଚ କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ରାସ୍ତା ନଥିବାରୁ ୧୦କିମି ଦୂରରେ ରହିଥିଲା ଆମ୍ବୁଲାନ୍ସ। ଗାଁ ଲୋକେ ଖଟିଆରେ ବୋହି ଜଙ୍ଗଲ ମଧ୍ୟରେ ବହୁ କଷ୍ଟରେ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ। ବିଶ୍ୱନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ପେଟରୁ ମଧ୍ୟଭାଗ ସିଲେଇକରି ଅତ୍ୟନ୍ତ ଗୁରୁତର ଥିବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଥାଉକି, ଗତ ୧୦ଦିନ ତଳେ ଜଣେ ୮ବର୍ଷର ଶିଶୁ ଜ୍ୱରରେ ଗୁରୁତର ହେବାରୁ ତାକୁ ମଧ୍ୟ ଖଟିଆରେ ବୋହି ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଏହି ଅବସ୍ଥା ଆଉ କେତେଦିନ ଭୋଗ କରିବେ ଉପାନ୍ତ ଅଞ୍ଚଳବାସୀ ବୋଲି ପ୍ରଶ୍ନ ଉଠିଛି। ଗାଁକୁ ଯିବାକୁ ରାସ୍ତା ପାଇଁ ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରାଯାଇଛି। ହେଲେ କର୍ଣ୍ଣପାତ କରୁନାହିଁ ପ୍ରଶାସନ। ନେତା, ମନ୍ତ୍ରୀଙ୍କୁ ଗୁହାରୀ ଜଣାଇଛନ୍ତି, ହେଲେ ବର୍ଷ ବର୍ଷ ବିତିଯାଇଥିଲେ ହେଁ ରାସ୍ତା ନିର୍ମାଣ ହୋଇପାରିନାହିଁ। ହେଲେ ଏହି ଉପାନ୍ତ ଅଞ୍ଚଳବାସୀ କେବେ ସରକାରଙ୍କ ମୌଳିକ ସୁବିଧା ପାଇବେ ? ଏ ଅଞ୍ଚଳରେ ବିକାଶର ପାଦ ଚିହ୍ନ କେବେ ପଡିବ ତାହା ଦେଖିବା ବାକି ରହିଲା।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories