www.samajalive.in
Friday, December 12, 2025
26.1 C
Bhubaneswar

କେନାଲରେ ବୁଡି କାର ଦୁର୍ଘଟଣାଗ୍ରସ୍ତ, ୩ ମୃତ ଓ ୨ ନିଖୋଜ

ମେରଠ: ଉତ୍ତରପ୍ରଦେଶ ମେରଠ ର ଚୌଧରୀ ଚରଣ ସିଂହ କାମ୍ବଡ ରାସ୍ତାରେ ଗତ କିଛି ଦିନ ଧରି ଦୁର୍ଘଟଣା ଘଟୁଥିବା ବେଳେ ମଙ୍ଗଳବାର ସକାଳେ ପୁଣି ଏକ ଅଘଟଣ ଘଟିଛି । ଏହି ଅଘଟଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ମେରଠ ର ସଟେ ସରଧନା ନିକଟରେ ହୋଇଛି । ସରଧନା ଅନ୍ତର୍ଗତ ସଲାୱା ଗ୍ରାମରେ ରହୁଥିବା ହୁକୁମସିଂହଙ୍କ ପରିବାର ଏକ ଉତ୍ସବରେ ଯୋଗ ଦେବା ପାଇଁ କାରରେ ଅତରୌଲି ଗ୍ରାମକୁ ଯାଉଥିଲେ । ରାସ୍ତାରେ କାରଟି ଭାରସାମ୍ୟ ହରାଇ ନିକଟସ୍ଥ ଏକ କେନାଲକୁ ଓଲଟି ପଡିଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି କେନାଲୀରୁ ୩ ଜଣଙ୍କୁ ଉଦ୍ଧାର କରି କଙ୍କରଖେଡାର କୈଲାଶ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଜଣେ ମହିଳାଙ୍କ ସମେତ ଏକ ଶିଶୁକୁ କେନାଲ ମଧ୍ୟରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ଥିବା ପୁଲିସ କହିଛି । ବର୍ତ୍ତମାନ ସୁଦ୍ଧା କେନାଲରେ ଏକ ଦମ୍ପତ୍ତି ନିଖୋଜ ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ଖୋଜାଘୋଜି ଜାରି ରହିଛି ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories