www.samajalive.in
Thursday, December 11, 2025
14.1 C
Bhubaneswar

ଇଣ୍ଡୋନେସିଆର ପ୍ରଳୟଙ୍କରୀ ସୁନାମି ; ମୃତ୍ୟୁସଂଖ୍ୟା ୪୨୯କୁ ବୃଦ୍ଧି

ଜାକର୍ତ୍ତା : ଇଣ୍ଡୋନେସିଆର ପ୍ରଳୟଙ୍କରୀ ସୁନାମିରେ ମୃତ୍ୟୁସଂଖ୍ୟା ୪୨୯କୁ ବୃଦ୍ଧି ପାଇଛି। ୧୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପଶ୍ଚିମ ଜାଭା ଓ ଦକ୍ଷିଣ ସୁମାତ୍ରା ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ବହୁସଂଖ୍ୟକ ଘର ସୁନାମି ସ୍ରୋତରେ ଭାସିଯାଇଥିବାରୁ ହଜାର ହଜାର ସଂଖ୍ୟକ ଲୋକ ବାସହରା ହୋଇପଡିଛନ୍ତି। ଦେଶର ପ୍ରକୃତିକ ବିପର୍ୟ୍ୟୟ ସଂସ୍ଥା ମୁଖପାତ୍ର କହିଛନ୍ତି ମୃତ୍ୟୁସଂଖ୍ୟା ୪୨୯ ହେଇଛି ଏବଂ ୧୨୮ଜଣ ନିଖୋଜ ଅଛନ୍ତି। ସୈନ୍ୟବାହିନୀ, ସରକାରୀ ଅଧିକାରୀ ଓ ସ୍ୱେଚ୍ଛାସେବୀମାନେ ଭଙ୍ଗାରୁଜା ଘରଗୁଡ଼ିକ ତଳେ ରହିଯାଇଥିବା ଲୋକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।

ଗତ ୨୩ ତାରିଖ ରାତି ସୁଦ୍ଧା ଏହି ଭୟଙ୍କର ସୁନାମୀରେ ମୃତ୍ୟୁ ସଂଖ୍ୟା ୨୨୨କୁ ବୃଦ୍ଧି ପାଇଥିବାବେଳେ ୮୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଥିଲା। ଶନିବାର ସ୍ଥାନୀୟ ସମୟ ରାତି ୯.୩୦ ମିନିଟ ସମୟରେ ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ଓ ପଶ୍ଚିମ ଜାଭା ନିକଟ କ୍ରାକୋଟାଠାରେ ସୁନାମି ଆସିଥିଲା। ସମୁଦ୍ର ପତ୍ତନ ଭୟଙ୍କର ଭାବେ ବୃଦ୍ଧି ପାଇ ଜୁଆର ଉପକୂଳ ଲଂଘି ସହର ଭିତରକୁ ମାଡ଼ି ଆସିଥିଲା। ସମୁଦ୍ର ଜୁଆରରେ ଶହ ଶହ ଘର ଭାସି ଯାଇଥିଲା। ସୁନାମି ପ୍ରଭାବରେ ରାସ୍ତାଘାଟ, ଆବାସିକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ରାସ୍ତାଘାଟରେ ଭଗ୍ନାବଶେଷ ପଡ଼ି ରହିଛି। ବଡ଼ ବଡ଼ ଗଛ ତଳେ ଯାନବାହନ ଚାପି ହୋଇ ରହିଥିବା ଦେଖାଯାଇଛି। ଆଗ୍ନେୟଗିରିରୁ ଅଗ୍ନି ଉଦ୍‍ଗୀରଣ ଯୋଗୁଁ ସୁନାମି ଆସିଥାଇପାରେ ବୋଲି ଅନୁମାନ କରାଯାଉଛି। ସେଠାରେ ପୁଣି ଏକ ସୁନାମୀ ଆସିପାରେ ବୋଲି ଆଶଙ୍କା କରାଯାଉଥିବାରୁ ପ୍ରଭାବିତ ଓ ଆଖପାଖ ଅଞ୍ଚଳକୁ ଯିବା ପାଇଁ ପର୍ୟ୍ୟଟକମାନଙ୍କୁ ବାରଣ କରାଯାଇଛି।

- Advertisement -

‘ପାସିଫିକ୍‍ ରିଙ୍ଗ ଅଫ୍‍ ଫାୟାର’ ରୂପେ ଜଣାଶୁଣା ଇଣ୍ଡୋନେସିଆର ଟେକ୍ଟୋନିକ୍‍ ପ୍ଲେଟ୍‍ର କ୍ରମାଗତ ସ୍ଫଳନ ଯୋଗୁଁ ସେଠାରେ ବିଶ୍ୱର ସର୍ବାଧିକ ପରିମାଣର ଭୂକମ୍ପ, ସୁନାମୀ ଓ ଆଗ୍ନେୟ ଉଦ୍‍ଗୀରଣ ପରି ଘଟଣା ଘଟୁଛି। ଗତ ଅକ୍ଟୋବରରେ ଆସିଥିବା ଭୂକମ୍ପ ଓ ସୁନାମୀରେ ଅନ୍ୟୁନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୦୪ରେ ସୁମାତ୍ରାରେ ସୃଷ୍ଟ ସୁନାମୀ ସୁମାତ୍ରାରେ ୨ ଲକ୍ଷ ୨୦ ହଜାର ଓ ଇଣ୍ଡୋନେସିଆରେ ୧ ଲକ୍ଷ ୬୮ ହଜାର ପ୍ରାଣ ନେଇଥିଲା।
୧୮୮୩ରେ ଏକ ଭୟଙ୍କର ସାମୁଦ୍ରିିକ ସଂଘାତରୁ ଆନାକ କ୍ରାକୋଟାର ସୃଷ୍ଟି ହୋଇଥିଲା। ସେତେବେଳେ ପାଉଁଶ, ପଥର ଓ ଧୂଆଁ ଆକାଶର ୨୦ କିମି ପର୍ୟ୍ୟନ୍ତ ଉଠିଥିଲା। ସମଗ୍ର ଅଞ୍ଚଳ ଦୀର୍ଘ ଦିନ ପର୍ୟ୍ୟନ୍ତ ଅନ୍ଧାକାରରେ ରହିଥିଲା। ଏହାର ପ୍ରଭାବରେ ବିଶ୍ୱର ଅନେକ ଅଞ୍ଚଳରେ ସୁନାମି ଆସିଥିଲା। ଏହି ଭୟଙ୍କର ଦୁର୍ବିପାକରେ ୩୬ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories