www.samajalive.in
Saturday, December 13, 2025
17.1 C
Bhubaneswar

ପରାଜୟ ପାଇଁ ଅମିତଙ୍କୁ ଦୋଷ ଦେଲେ ଗଡ଼କରୀ!

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପରାଜୟ ପରେ କେନ୍ଦ୍ର ସଡ଼କ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତୀନ ଗଡ଼କରୀ ଦଳର ନେତୃତ୍ୱକୁ ଦାୟୀ କରି ଆସୁଛନ୍ତି। ‘ସଫଳତାର ଅନେକ ପିତା, ବିଫଳତା ଅନାଥ’ ବୋଲି ଦୁଇ ଦିନ ତଳେ ମତ ଦେଇଥିବା ଗଡ଼କରୀ ଏଥର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିବା ଚର୍ଚ୍ଚା ହେଉଛି।
ଆଇବି ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଏକ ସଭାରେ ଗଡ଼କରୀ କହିଛନ୍ତି ଯେ ଯଦି ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସଫଳତାକୁ ନିରେଖି ଦେଖାଯାଏ ତେବେ ତା’ ପଛରେ ଉପଯୁକ୍ତ ତାଲିମପ୍ରାପ୍ତ ଆଇଏଏସ୍‍ ଓ ଆଇପିଏସ୍‍ ଅଧିକାରୀଙ୍କ ଯୋଗଦାନ ରହିଛି। ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଇଥିବାରୁ ଆଜି ଶ୍ରେୟ ମନ୍ତ୍ରାଳୟ ହାତକୁ ଯାଉଛି। ସେହିପରି ଯଦି ମୁଁ ଦଳର ଅଧ୍ୟକ୍ଷ ହୋଇଥାନ୍ତି ଏବଂ ବିଧାୟକ କିମ୍ବା ସାଂସଦଙ୍କ ପ୍ରଦର୍ଶନ ଭଲ ହୋଇ ନଥାନ୍ତା ତେବେ ଅଧ୍ୟକ୍ଷ ଭାବରେ ଏହାର ଉତ୍ତରଦାୟିତ୍ୱ ମୁଁ ନେଇଥାନ୍ତି।
ବିଫଳତାର ଉତ୍ତରଦାୟିତ୍ୱ ନେତୃତ୍ୱ ନିଜ କାନ୍ଧକୁ ନେବା ଉଚିତ ବୋଲି ଦୁଇ ଦିନ ତଳେ ସେ ଦେଇଥିବା ମତକୁ ଭ୍ରମାତ୍ମକ ତର୍ଜମା କରାଯାଇଛି ବୋଲି ଗଡ଼କରୀ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories