www.samajalive.in
Sunday, December 7, 2025
26.1 C
Bhubaneswar

କାମ ଦେଉନି ଆଣ୍ଟିବାୟୋଟିକ୍ !

ନୂଆଦିଲ୍ଲୀ : ରୋଗ ହେଲେ ସୁସ୍ଥ ହେବା ପାଇଁ ସମସ୍ତେ ଔଷଧ ଖାଇଥାନ୍ତି । କିନ୍ତୁ ଯଦି ଔଷଧ କାମ ନକରେ ତେବେ କ’ଣ ହେବ ? ଏହା ନିଶ୍ଚିତ ଭାବେ ଏକ ଗମ୍ଭୀର ସମସ୍ୟା । ଏଭଳି ସ୍ଥିତିରେ ରୋଗୀଙ୍କୁ ସୁସ୍ଥ କରିବା ଏକ କାଠିକର ପାଠ । ବିଶେଷଜ୍ଞଙ୍କ କହିବାନୁସାରେ ଆଣ୍ଟିବାୟୋଟିକ୍ ରେଜିଷ୍ଟେନ୍ସ ଯୋଗୁଁ ଔଷଧ ଶରୀରରେ ପ୍ରଭାବ ପକାଇପାରେନାହିଁ । ଏହି ସ୍ଥିତିରେ ବ୍ୟାକ୍ଟେରିଆ ନିଜକୁ ଶକ୍ତିଶାଳୀ କରିଦିଏ ଏବଂ ଏହା ଉପରେ ମେଡିସିନ୍ କାମ ଦିଏନି । ଏବେ ଆନ୍ତ୍ରିକଜ୍ବର(ଟାଇଫଏଡ୍) ଓ ନିମୋନିଆ ଭଳି ରୋଗ ସହିତ ଏଭଳି ଦେଖିବାକୁ ମିଳିଛି । ଏହି ରୋଗ ଉପରେ କିଛି ମେଡିସିନ୍ କାମ ଦେଉନି ।

ଆଇସିଏମଆର ଏନେଇ ଚିନ୍ତା ପ୍ରକଟ କରିଛି । ନିମୋନିଆ ଓ ଟାଇଫଏଡ୍ ଭଳି ରୋଗର ଚିକିତ୍ସା ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ଯୋଗୁଁ କରିହେଉନି । କାରଣ ଏହି ରୋଗରେ ହେଉଥିବା ବ୍ୟାକ୍ଟେରିଆଙ୍କ ଉପରେ ଏହି ଆଣ୍ଟିବାୟୋଟିକର କୌଣସି ପ୍ରଭାବ ଦେଖିବାକୁ ମିଳୁନି । ଏଥିଯୋଗୁଁ ନିମୋନିଆ, ବ୍ଲଡ ଇନଫେକ୍ସନ ଓ ଟାଇଫଏଡ୍ ଭଳି ରୋଗର ଚିକିତ୍ସାରେ ସମସ୍ୟା ଉପୁଜୁଛି ।

- Advertisement -

ନିକଟରେ ଆସିଥିବା ରିପୋର୍ଟ ଅନୁସାରେ ସାରା ବିଶ୍ବରେ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ଏକ ଗମ୍ଭୀର ସମସ୍ୟା ଭାବେ ସାମ୍ନାକୁ ଆସିଛି । ଆଗାମୀ ୨୫ ବର୍ଷରେ ପ୍ରାୟ ୪ କୋଟି ଲୋକଙ୍କ ମୃତ୍ୟୁ ଆଶଙ୍କା ରହିଛି । ଅଧିକ ଆଣ୍ଟିବାୟୋଟିକ୍ ବ୍ୟବହାର କରିବା ଦ୍ବାରା ବ୍ୟାକ୍ଟେରିଆ ଔଷଧ ବିରୁଦ୍ଧରେ ମଜଭୁତ ହୋଇଯାନ୍ତି ଏବଂ ଏହି ମେଡିସିନର ଅଭ୍ୟସ୍ତ ହୋଇଯାନ୍ତି । ସହଜ ଭାଷାରେ ବୁଝିବାକୁ ଗଲେ, ବ୍ୟାକ୍ଟେରିଆଙ୍କୁ ଆଉ ଏହି ମେଡିସିନ୍ ହରାଇପାରେନି । ଗତ କିଛି ବର୍ଷରେ ଭାରତ ସମେତ ସାରା ବିଶ୍ବରେ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ସମସ୍ୟା ବଢୁଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories