www.samajalive.in
Saturday, December 6, 2025
17.1 C
Bhubaneswar

୪ର୍ଥ ଦିନରେ ଧାରଣାରେ ବସିଥିବା ଅସ୍ଥାୟୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ରାସ୍ତା ଅବରୋଧ, କର୍ମୀଙ୍କୁ ଉଠାଇ ନେଲା ପୁଲିସ

ନବରଙ୍ଗପୁର: ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ୩ ଦିନ ଧାରଣା ଦେବାପରେ ଅସ୍ଥାୟୀ କୋଭିଡ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଧୈର୍ଯ୍ୟ ଆଉ ରହିଲା ନାହିଁ। ନ୍ୟାର୍ଯ୍ୟ ଦାବୀ ହାସଲ ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ନବରଙ୍ଗପୁର ମାଝୀଗୁଡା ସ୍ଥିତ କଲୋକଟ୍ରେଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ବସିଲେ ଓ ପ୍ରଶାସନ ବିରୋଧୀ ନାରାବାଜି କରିଥିଲେ। ଏହାପରେ ପୁଲିସ ସେମାନଙ୍କୁ ୩୦ ମିନିଟ ସମୟ ଦେଇ ରାଜରାସ୍ତା ଅବରୋଧ ଛାଡିବା ପାଇଁ କହିଥିଲା କିନ୍ତୁ ସେମାନେ ଜିଦରେ ଅଟଳ ରହିବାରୁ ଶେଷରେ ପୁଲିସ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ଜୋରଜବରଦସ୍ତ ଉଠାଇନେଇଥିଲା। ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପୁଲିସ ବସରେ ବସାଇ ନେଇଯାଇଥିଲେ।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲାର ୧୯୬ ପଞ୍ଚାୟତରେ କୋଭିଡ କେନ୍ଦ୍ରମାନଙ୍କରେ ୧୯୬ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ୯୦ ଦିନ ପାଇଁ ଏଗ୍ରିମେଣ୍ଟ କରି ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ୯୦ ଦିନ ନପୁରୁଣୁ ୩୮ ଦିନରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ କାର୍ୟ୍ୟରୁ ଛଟେଇ କରିଦେଲେ। ଏହାର ପ୍ରତିବାଦ କରି ଛଟେଇ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।  ଏହାପରେ ଜିଲ୍ଲାପାଳ ଧାରଣାରତ ସ୍ୱାସ୍ଥ୍ୟକର୍ମୀଙ୍କୁ ୭ ଦିନ ମଧ୍ୟରେ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଓହରିଥିଲେ ସ୍ୱାସ୍ଥ୍ୟକର୍ମୀ। ଠିକ ୭ ଦିନ ପରେ ଦାବୀ ପୁରଣ ନହେବାରୁ ପୁନର୍ବାର ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏହାପରେ ନବରଙ୍ଗପୁର ଜିଲ୍ଲାପାଳ ଓ ନବରଙ୍ଗପୁର ସିଡିଏମଓ ମିଳିତ ଭାବରେ ଧାରଣା ସ୍ଥଳକୁ ଆସି ସମାଧାନ ପାଇଁ ପୁଣି ୭ ଦିନ ସମୟ ମାଗିଥିଲେ କିନ୍ତୁ ୭ ଦିନ ବିତିଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଦାବି ପୁରଣ ନହେବାରୁ ଗତ ୩ ଦିନ ଧରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପୁଣି ଧାରଣାରେ ବସିଥିଲେ। ଗତକାଲି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଗେଟ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିବା ବେଳେ ଆଜି ଧାରଣା ସ୍ଥଳରୁ ଉଠି ନବରଙ୍ଗପୁର ମାଝୀଗୁଡା ଛକ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଦୀର୍ଘ ସମୟ ବସିବା ପରେ ଶେଷରେ ପୁଲିସ ସେମାନଙ୍କୁ ରାଜରାସ୍ତାରୁ ଉଠାଇ ନେଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories