www.samajalive.in
Sunday, December 7, 2025
18.1 C
Bhubaneswar

ଜିଓ ପୋଷ୍ଟପେଡ୍ ପ୍ଲସ୍ ଆରମ୍ଭ କଲା ପ୍ରଥମ ମାଗଣା “କ୍ୟାରି-ଫରୱାର୍ଡ କ୍ରେଡିଟ୍ ଲିମିଟ୍ ବ୍ୟବସ୍ଥା”

-ଗ୍ରାହକଙ୍କ ବର୍ତ୍ତମାନର କ୍ରେଡିଟ୍ ଲିମିଟ୍ ମାଗଣାରେ ଜିଓ ପୋଷ୍ଟପେଡ୍ ପ୍ଲସ୍‌କୁ ହୋଇପାରିବ ସ୍ଥାନାନ୍ତର
-ଜିଓ ପୋଷ୍ଟପେଡ୍ ପ୍ଲସ ଆପଣାଇ ଅନ୍ୟ ଅପରେଟରଙ୍କ ପୋଷ୍ଟପେଡ୍ ଗ୍ରାହକଙ୍କୁ କୌଣସି ସିକ୍ୟୁରିଟି ଜମା ଦେବାକୁ ପଡିବ ନାହିଁ
ଭୁବନେଶ୍ୱର : ଗ୍ରାହକମାନଙ୍କୁ ସର୍ବୋତ୍ତମ ସେବା  ଭିତିକ ସୁଲଭ ମୂଲ୍ୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ରିଲାଏନ୍ସ ଜିଓ ପୋଷ୍ଟପେଡ୍ ‌ପ୍ଲସ ଯୋଜନା ଘୋଷଣା କରିଥିବା ବେଳେ ବର୍ତମାନ ଏହା ଜିଓ ପୋଷ୍ଟପେଡ୍ ‌ପ୍ଲସ ଆପଣାଉଥିବା ଅନ୍ୟ ଅପରେଟରଙ୍କ ପୋଷ୍ଟପେଡ୍ ଗ୍ରାହକମାନଙ୍କ ପାଇଁ ଅଭିନବ “କ୍ୟାରି ଫରୱାର୍ଡ କ୍ରେଡିଟ୍ ଲିମିଟ୍‌” ସୁବିଧା ଆରମ୍ଭ କରିଥିବା ଘୋଷଣା କରିଛି। ଦେଶରେ ପୋଷ୍ଟପେଡ୍ ସେବା କ୍ଷେତ୍ରରେ ଏହି ସୁବିଧା ସର୍ବପ୍ରଥମ ଆରମ୍ଭ କରିଛି ଜିଓ। ଅନ୍ୟ ଅପରେଟରଙ୍କ ପୋଷ୍ଟପେଡ୍ ସେବା ବ୍ୟବହାର କରୁଥିବା ଯେଉଁ ଗ୍ରାହକମାନେ ଜିଓ ପୋଷ୍ଟ ପେଡ୍ ‌ପ୍ଲସ ଯୋଜନାରେ ସାମିଲ ହେବାକୁ ଚାହିଁବେ ସେମାନଙ୍କୁ ମାଗଣାରେ ଏହି ସୁବିଧା ମିଳିବ ଏବଂ ସେମାନଙ୍କୁ ଜିଓ ପୋଷ୍ଟପେଡ୍‌ ପ୍ଲସ ଆପଣାଇବା ପାଇଁ କୌଣସି ସିକ୍ୟୁରିଟି ଜମା ଦାଖଲ କରିବାକୁ ପଡିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛିି।
ପୋଷ୍ଟପେଡ୍ ସେବା ବ୍ୟବହାର କରୁଥିବା ଅନ୍ୟ ଅପରେଟରଙ୍କ ଯେକୌଣସି ଗ୍ରାହକ ଜିଓ ପୋଷ୍ଟପେଡ୍ ‌ପ୍ଲସ ଆପଣାଇ ଏହି କ୍ୟାରି ଫରୱାର୍ଡ କ୍ରେଡିଟ୍ ଲିମିଟ୍ ସୁବିଧା ବଳରେ ଅତି ସହଜରେ ଏବଂ ବିନା ମୂଲ୍ୟରେ ସେମାନଙ୍କ ପୂର୍ବରୁ ରହିଥିବା କ୍ରେଡିଟ୍ ଲିମିଟ୍ ଜିଓ ପୋଷ୍ଟପେଡ୍‌ ପ୍ଲସରେ ବଜାୟ ରଖିପାରିବେ।  ବିନା ମୂଲ୍ୟରେ ଏବଂ କୌଣସି ସିକ୍ୟୁରିଟି ଜମା ନଦେଇ କେବଳ ୩ଟି ଉପାୟ ଅବଲମ୍ବନ କରି ଜିଓ ସେବାରେ ନିଜକୁ ସାମିଲ କରିପାରିବେ ।

ଏହି ସୁବିଧା କିଭଳି ବ୍ୟବହାର କରିବେ :
ସୋପାନ-୧: ଯେଉଁ ପୋଷ୍ଟପେଡ୍ ନମ୍ବରକୁ ଆପଣ ଜିଏସେବାରେ ସାମିଲ କରିବାକୁ ଚାହୁଁଛନ୍ତି, ସେହି ନମ୍ବରରୁ ହ୍ୱାଟସ୍‌ଆପ କରି ୮୮-୫୦୧-୮୮-୫୦୧କୁ ‘Hi’ ଲେଖି ପଠାନ୍ତୁ ।
ସୋପାନ-୨: ଆପଣଙ୍କର ବର୍ତମାନର ଅପରେଟରଙ୍କ ପୋଷ୍ଟପେଡ୍ ବିଲ୍ ଅପଲୋଡ୍ କରନ୍ତୁ
ସୋପାନ-୩: ୨୪ ଘଣ୍ଟା ପରେ ଆପଣଙ୍କ ନିକଟତମ ଯେକୌଣସି ଜିଓ ଷ୍ଟୋରକୁ ଯାଆନ୍ତୁ କିମ୍ବା ଜିଓ ପୋଷ୍ଟପେଡ୍ ପ୍ଲସ ସିମ୍‌ର ହୋମ୍‌ ଡେଲିଭରି ପାଇଁ କଲ୍ କରନ୍ତୁ । କୌଣସି ସିକ୍ୟୁରିଟି ଜମା ନଦେଇ ଆପଣଙ୍କ ଚାହିଦା ଅନୁସାରେ କ୍ରେଡିଟ୍ ଲିମିଟ୍ ଆପଣାନ୍ତୁ ।
ଉଲ୍ଲେଖଯୋଗ୍ୟ ଯେ, ପୋଷ୍ଟପେଡ୍ ସେବାକ୍ଷେତ୍ରକୁ ପୁନର୍ବିନ୍ୟାସ କରିବା ଲକ୍ଷ୍ୟରେ ଜିଓ ନିକଟରେ ଏହାର ଜିଓ ପୋଷ୍ଟପେଡ୍ ପ୍ଲସ ସେବା ଆରମ୍ଭ ଘୋଷଣା କରିଥିଲା । ଏଥିରେ ଭାରତରେ ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ସର୍ବଶ୍ରେଷ୍ଠ ସୁବିଧା, ସେବା ଓ ସୁଲଭ ପ୍ଲାନ୍ ସମୂହ ଉପଲବ୍ଧ କରାଯାଇଥିଲା । ଏହି ବ୍ୟବସ୍ଥାରେ ଗ୍ରାହକମାନଙ୍କୁ ଉତ୍ତମ କନେକ୍ଟଭିଟି, ଆମୋଦ ପ୍ରମୋଦ ପାଇଁ ଅନେକ ସୁବିଧା ଦେବାର ବ୍ୟବସ୍ଥା ରଖାଯାଇଥିଲା। ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଜିଓ ପୋଷ୍ଟପେଡ୍ ପ୍ଲସ ସେବାରେ ମାଗଣାରେ ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍‌, ଡିସ୍‌ନୀ ପ୍ଲସ ହଟଷ୍ଟାର ଭଳି ଅନେକ ପ୍ରିମିୟମ ଓଟିଟି ଆପ୍ ଉପଭୋଗ ସୁଯୋଗ ସମେତ ଜିଓ ଆପ୍ ସମୂହରେ ୬୫୦ରୁ ଊର୍ଦ୍ଧ୍ୱ ଲାଇଭ୍ ଟିଭି ଚ୍ୟାନେଲ, ଭିଡିଓ, ୫କୋଟି ଗୀତ, ୩୦୦ରୁ ଉର୍ଦ୍ଧ୍ୱ ସମ୍ବାଦପତ୍ର ଉପଲବ୍ଧ କରାଯାଉଛି। ଭରସାଯୋଗ୍ୟ ଏବଂ ଉତ୍ତମ ମାନର ହାଇସ୍ପିଡ୍ କନେକ୍ଟିଭିଟି ସହିତ ଏହା ଅସୀମିତ ପ୍ରିମିୟମ ମନୋରଞ୍ଜନ ସୁଯୋଗ, ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଆନ୍ତର୍ଜାତିକ ରୋମିଂ ଏବଂ ଅନେକ ଅଭିନବ ସୁବିଧା ଏବଂ ଶ୍ରେଷ୍ଠ ଗ୍ରାହକସେବା ଅନୁଭୁତି ପ୍ରଦାନ କରୁଛି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories