www.samajalive.in
Friday, December 12, 2025
15.1 C
Bhubaneswar

ଫ୍ରଣ୍ଟଲାଇନ ମିଡିଆ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ

ଫୁଲବାଣୀ: ମୁଖ୍ୟଧାରାର ଅଗ୍ରଣୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଗଠିତ ଜିଲ୍ଲା ଫ୍ରଣ୍ଟଲାଇନ ମିଡିଆ ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଆସୋସିଏସନର ସମସ୍ତ ସଦସ୍ୟ ଏହି ବୈଠକରେ ଯୋଗ ଦେଇ ସଙ୍ଗଠନର ଆଭିମୁଖ୍ୟ ଓ ଆଗାମୀ କାର‌୍ୟ୍ୟପନ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ନିଜର ଦାୟିତ୍ୱ ସଠିକ ଭାବେ ନିର୍ବାହ କରିବା ସହିତ ନିରପେକ୍ଷ ଓ ଗଠନମୂଳକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେବା ପାଇଁ ମତ ରଖିଥିଲେ ଅଧିକାଂଶ ସଦସ୍ୟ।  ଏ ଅବସରରେ ଆଗାମୀ ଏକ ବର୍ଷ ପାଇଁ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା।

ସର୍ବସମ୍ମତି କ୍ରମେ ସୁନୀଲ ବିଶ୍ବାଳଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ବ୍ରଜ ବିହାରୀ ନନ୍ଦ, ଉପସଭାପତି ଭାବେ ତ୍ରିନାଥ ସାହୁ,ସାଧାରଣ ସମ୍ପାଦକ ଭାବେ ସୁଜିତ ବେହେରା, ସହ ସମ୍ପାଦକ ରାକେଶ ରାଉତ  ଓ କୋଷାଧକ୍ଷ ଭାବେ ସଞ୍ଜୟ ପାତ୍ରଙ୍କୁ ଚୟନ କରାଯାଇଛି। ସେହିଭଳି  ଅଜିତ ମହାରଣା, ଡ ରଞ୍ଜନ କୁମାର ପ୍ରଧାନ ଓ ଅଶୋକ ମହାନ୍ତିଙ୍କୁ କାର‌୍ୟ୍ୟକାରୀ ସଦସ୍ୟ ରଖାଯାଇଛି। ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀଙ୍କୁ ସଙ୍ଘର ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି। ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉତ୍ପଳ କୁମାର ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories