www.samajalive.in
Friday, December 12, 2025
15.1 C
Bhubaneswar

ଗନ୍ଧରାଡ଼ି ଲୋକ କଳା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ

ଜହ୍ନ।ପଙ୍କ : ଗତ ରବିବାରଠାରୁ ବୌଦ୍ଧ ବ୍ଳକ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଡି ପୀଠ ନିକଟସ୍ଥ ଜଗତି ହାଇସ୍କୁଲ ପଡିଆରେ ଆରମ୍ଭ ହୋଇଥୁବା ତୃତୀୟ ଗନ୍ଧରାଡି ଲୋକ କଳା ମହୋତ୍ସବ ଓ ପଲିଶ୍ରୀ ମେଳାର ଗୁରୁବାର ଉଦଯାପିତ ହୋଇଯାଇଛି ।ଗନ୍ଧରାଡ଼ି ର ଇତିହାସ ପାଠ୍ୟ ପୁସ୍ତକ ରେ ରହିବା ଆବଶ୍ୟକ। ଅବଲୁପ୍ତ ପତରସଉରା ନାଚକୁ ବିଶ୍ବ ଦରବାରରେ ପହଞ୍ଚାଇବା ସମୟ ଆସିଛି। କେବଳ ମହୋତ୍ସବ କଲେ ଅଞ୍ଚଳର ବିକାଶ ହେବନାହିଁ। ଗନ୍ଧରାଡ଼ି ପରିକ୍ରମା ପ୍ରକଳ୍ପ ହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ମଞ୍ଚ।ଶୀନ ଅତିଥି ବୃନ୍ଦ।
ଏହି ଅବସରରେ ସନ୍ଧ୍ୟାରେ କିମିଟିର ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ  କଣ୍ଟାମାଳ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା , ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର, ବୌଦ୍ଧବ୍ଲକ ଅଧ୍ୟକ୍ଷ  ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ରବି ନାରାୟଣ ତ୍ରିପାଠୀ,୧ ନଂ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଜ୍ୟୋତି ରଞ୍ଜନ ବହିଦାର  ଯୋଗ ଦେଇ  ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। କମିଟିର ସମ୍ପାଦକ ଶମ୍ଭୁ ଗିରି ଗନ୍ଧରାଡ଼ି ଲୋକ କଳା ମହୋତ୍ସବ ବିବରଣୀ ପଠନ କରିଥିଲେ ।
ପ୍ରଥମେ ଅତିଥି ମାନେ ମଣ୍ଡପରେ ସ୍ଥାପନ ହୋଇ ଥିବା ହର ଓ ହରିଙ୍କ ଠାରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ସଂଗୀତାୟନ ବୌଦ୍ଧ ର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଆଦର୍ଶ ଶିକ୍ଷକ ସହଦେବ ବାରିକ, ସ୍ୱପ୍ନେସ୍ୱର ପ୍ରଧାନ ସ୍ଵେଚ୍ଛାକୃତ ରକ୍ତ ଦାତା ଜଗଦୀଶ ବାରିକ, ସଫଳ ଚାଷୀ ଗଦାଧର ମହାକୁଳ, ଯୁବ ଚିକିତ୍ସକ ନିରୋଜ ସାହୁ, ନ୍ୟାୟିକ ସେବାରେ ସୁଶ୍ରୀ ଦୀପିକା ବଡମାଳି, ସାମ୍ୱାଦିକତାରେ ସୁଧାଂଶୁ ଶେଖର ମିଶ୍ର, ସଫଳ କ୍ରୀଡାବିତ ସୁବ୍ରତ ପୁରୋହିତ, ସକ୍ରିୟ ସଭ୍ୟ ମୋହନ କୁମାର ସାହୁ, ଶିକ୍ଷାର୍ଥୀ ଭାବେ ମେଟ୍ରିକ ସୁଦାମ ମେହେର,+୨ ରେ ଶ୍ରାବଣୀ ନାଏକ,ସ୍ନାତକ ରେ ଲୋପାମୁଦ୍ରା ବେହେରା,ପି ଜିରେ ସୁଶ୍ରୀ ପ୍ରିୟଙ୍କା ରଣା ଙ୍କୁ ସମ୍ମାନୀତ କରାଯାଇଥିଲା।
ଏହା ପରେ ଅସୁରଗଡ, ଗଡ଼ଜାତ,ଖଡଙ୍ଗ ଭୈରବୀ, ବାଉଁସୁଣୀ ଓ ଗନ୍ଧରାଡ଼ି  ଲୋକ କଳା ମହୋତ୍ସବ କମିଟିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗନ୍ଧରାଡ଼ି ମହାବିଦ୍ୟାଳୟ, ଗନ୍ଧରାଡ଼ି କଳା ପରିଷଦ, ଜଗତି ହାଇସ୍କୁଲ, କମିରା ସ୍କୁଲ, ଜହ୍ନ। ପଙ୍କ ହାଇସ୍କୁଲ, ତେଲିବନ୍ଧ ହାଇସ୍କୁଲ, ଗେହ୍ଲା ମା ବୌଦ୍ଧ, ବଡବନ୍ଧ କନ୍ୟାଶ୍ରମ, ଆଶା ଫାଉଣ୍ଡେସନ  ଛାତ୍ର ଛାତ୍ରୀ ମାନଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। କଣ୍ଠ ଶିଳ୍ପୀ ତୃପ୍ତି ମହାରଣା, କୁମାର ଧର୍ମେନ୍ଦ୍ର ପ୍ରଧାନ, କଷ୍ଣ  ମୁଖି,ସନ୍ତୋଷ କୁମାର ଦାସ, ସୁଜ୍ଞାନ ବାଘ, ମାଧବ ବେହେରା, ସଂଯୁକ୍ତା ନାଏକ ଓ ପ୍ରସନ୍ନ ସମ୍ବଲପୁରୀ ଗୀତ ରେ ଦର୍ଶକ ମଞ୍ଚ ଦୁଲୁକି ଥିଲା।
ମହୋତ୍ସବକୁ ଆର୍କଷଣୀୟ କରିବାକୁ ମୀନାବଜାର ସାଙ୍ଗକୁ ଚଟପଟି ଖାଦ୍ୟ ପସରା ଖୋଲିଛି। ସାଂସ୍କୃତିକ ମଞ୍ଚକୁ ବିଶ୍ୱଜିତ ସାହୁ, ଜଗନ୍ନାଥ ସାହୁ, ପ୍ରଭାତ ଜେନା, ବିଦୁସ୍ମିତା ବେହେରା, ବର୍ଷା ନାଏକ  ପରିଚାଳନା କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାର ଓ ଶବର ସେଠୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଜଗତି ଗ୍ରାମବାସୀ, ମହୋତ୍ସବ କମିଟିର ସମସ୍ତ ସଭ୍ୟ ଓ ଅଞ୍ଚଳବାସୀଙ୍କ ସମ୍ପୂର୍ଣ ସହଯୋଗରେ ଗନ୍ଧରାଡ଼ି ଲୋକ କଳା ମହୋତ୍ସବ ସଫଳତାର ସହ ଶେଷ ହୋଇ ଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories