ଶୁକ୍ରବାର ରାଶିଫଳ: ଏହି ରାଶିର ଲୋକଙ୍କ ପାଇଁ ଆଜି ଶୁଭ

ମେଷ : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ସୁଖକର ଘଟଣାମାନ ଘଟିବ। କର୍ମ କ୍ଷେତ୍ରରୁ ସଫଳତା ମିଳିବ। ରୁଚିକର ଖାଦ୍ୟ ସହିତ ଆନନ୍ଦ ଉପଭୋଗ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ : ଭାଇମାନଙ୍କ ସହଯୋଗ ପାଇ ଶତ୍ରୁ ଉପରେ ବିଜୟ ହାସଲ କରିବା ସହିତ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁଖୀ ହେବେ।

ମିଥୁନ : କିଛିଦିନ ଧରି ମାନ ଅଭିମାନକୁ ଜଳାଞ୍ଜଳି ଦେଇ ପତିପତ୍ନୀଙ୍କ ସମ୍ପର୍କ ନିବିଡ଼ତର ହେବ। ତର୍କ ସଭାରେ ଯୋଗଦାନ ପୂର୍ବ ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ଅର୍ଥାଗମର ମାର୍ଗ ଉନ୍ମୁକ୍ତ ରହିଛି।

କର୍କଟ : କୋଭିଡ୍‌ ଭଳି ମହାମାରୀର ଆଶାଙ୍କା ଥିବାରୁ ନିଜର ସ୍ବାସ୍ଥ୍ୟ ରକ୍ଷା ସହିତ ଗୃହ ପରିବେଶ ପ୍ରଦୂଷଣମୁକ୍ତ ରଖିବାକୁ ଯତ୍‌ପରୋନାସ୍ତି ଚେଷ୍ଟା କରିବେ। କୃଷି ଉତ୍ପାଦନ ଆଶାତୀତ ହେବ। ପରିଶ୍ରମର ମୂଲ୍ୟ ମିଳିବ।

ସିଂହ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ଦେବ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅବାନ୍ତର ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

କନ୍ୟା : ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍‌ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହୋଇପାରନ୍ତି। ପ୍ରଫୁଲ୍ଲ ମୁଖ ଓ ରୂପବାନ୍‌ ହେବେ। କର୍ମଚଞ୍ଚଳ ରହିବେ।

ତୁଳା : ରୋଜଗାର ଆଶାନୁରୂପ ହେବ। ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ବିଛା : କେହି ବ୍ୟକ୍ତି କାର‌୍ୟ୍ୟରେ ବିଘ୍ନ ଘଟାଇବାକୁ ଉଦ୍ୟମ ଚଳାଇ ଶେଷରେ ନିରାଶ ହେବେ। ଆପଣଙ୍କ କର୍ତ୍ତବ୍ୟନିଷ୍ଠା ନିକଟରେ ହାର୍‌ ମାନିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଖର୍ଚ୍ଚାନ୍ତ ହୋଇପାରନ୍ତି।

ଧନୁ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। କ୍ଷମତାଧାରୀ ହେବେ ଓ ସେହି କ୍ଷମତା ବଳରେ ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି।

ମକର : କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ଦୃଢ଼ତର ହେବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ମଧ୍ୟସ୍ଥତା କରିପାରନ୍ତି।

କୁମ୍ଭ : ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କାର‌୍ୟ୍ୟରେ ସଫଳତା ଲାଭ କରିବେ। ଲୋକପ୍ରିୟ ହେବେ।

ମୀନ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର‌୍ୟ୍ୟକୁ ସ୍ଥଗିତ ରଖିବାକୁ ବାଧ୍ୟ ହେବେ। ଯାନବାହନ ଚଳାଚଳ ଓ ଆରୋହଣରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଜଳଯାତ୍ରା ନ କରିବା ଭଲ।

Comments are closed.