www.samajalive.in
Monday, December 8, 2025
13.1 C
Bhubaneswar

ନାଗରିକତା ସଂଶୋଧନ ଆଇନ ନେଇ ଆମେରିକାର ମନ୍ତବ୍ୟ ଉପରେ ଭାରତର କଡ଼ା ପ୍ରତିକ୍ରିୟା

ଡେସ୍କ: ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତା ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ମନ୍ତବ୍ୟ ଉପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ଭୁଲ୍ ଓ ଅଯଥା ବୋଲି ବର୍ଣ୍ଣନା କରିଛି। ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଛି। ସିଏଏକୁ କାର୍ଯ୍ୟକାରୀ କରିବା ନେଇ ଆମେରିକୀୟ ବୈଦେଶିକ ବିଭାଗର ବୟାନ ଏବଂ ଅନ୍ୟ କେତେକଙ୍କ ମନ୍ତବ୍ୟ ନେଇ ଏହାକୁ ଭୁଲ ସୂଚନା ଏବଂ ଅଯଥା ବୋଲି ମନ୍ତ୍ରାଳୟ କହିଛି।

ବିଜେଡି ଛାଡ଼ିଲେ ଅରିନ୍ଦମ

- Advertisement -

ଭାରତର ସମ୍ବିଧାନ ନାଗରିକମାନଙ୍କୁ ଧର୍ମର ସ୍ୱାଧୀନତା ପ୍ରଦାନ କରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ କହିଛନ୍ତି। ସଂଖ୍ୟାଲଘୁମାନଙ୍କ ପ୍ରତି କୌଣସି ଚିନ୍ତାର କୌଣସି ଆଧାର ନାହିଁ। ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ବିଷୟରେ ଭୋଟ୍ ବ୍ୟାଙ୍କ ରାଜନୀତି ମତ ନିର୍ଦ୍ଧାରଣ କରିବା ଉଚିତ ନୁହେଁ। ଯେଉଁମାନେ ଭାରତର ବହୁବାଦୀ ପରମ୍ପରା ଏବଂ ଏହି ଅଞ୍ଚଳର ବିଭାଜନ ପରବର୍ତ୍ତୀ ଇତିହାସ ବିଷୟରେ ସୀମିତ ଜ୍ଞାନ ରଖିଛନ୍ତି ସେମାନଙ୍କ ବକ୍ତବ୍ୟକୁ ଗୁରୁତ୍ୱ ଦେବା ଉଚିତ ନୁହେଁ। ଯେଉଁ ଉଦ୍ଦେଶ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି ତାହାକୁ ଭାରତର ସହଯୋଗୀ ଓ ଶୁଭେଚ୍ଛୁମାନେ ସ୍ୱାଗତ କରିବା ଉଚିତ।

ନାଗରିକତା ସଂଶୋଧନ ଆଇନ-୨୦୧୯କୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ କରିବା ପରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଉଦବେଗ ପ୍ରକାଶ କରିବା ସହ କଡ଼ା ନଜର ରଖିଥିବା କହିଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୧୧ରେ ନାଗରିକତା ସଂଶୋଧନ ଆଇନର ବିଜ୍ଞପ୍ତିକୁ ନେଇ ଆମେ ଚିନ୍ତିତ। ଏହି ଆଇନ କିପରି କାର୍ଯ୍ୟକାରୀ ହେବ ତାହା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ ବୋଲି ମାଥ୍ୟୁ ମିଲର କହିଛନ୍ତି। ସିଏଏ ନାଗରିକତା ଦେବା, ନାଗରିକତା ଛଡ଼ାଇ ନେବା ନୁହେଁ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ନାଗରିକତା ସଂଶୋଧନ ଆଇନ ୨୦୧୯ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଏହା ଭାରତର ସାମଗ୍ରିକ ପରମ୍ପରା ଏବଂ ମାନବିକ ଅଧିକାର ପ୍ରତି ଦୀର୍ଘ ଦିନର ପ୍ରତିବଦ୍ଧତାକୁ ପାଳନ କରୁଛି। ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶରୁ ୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତରେ ପ୍ରବେଶ କରିଥିବା ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନିର୍ଯାତିତ ସଂଖ୍ୟାଲଘୁମାନଙ୍କୁ ଏହି ଆଇନ ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରଦାନ କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ସିଏଏ ରାଷ୍ଟ୍ରହୀନତା ପ୍ରସଙ୍ଗର ସମାଧାନ କରେ, ମାନବିକ ମର୍ଯ୍ୟାଦା ପ୍ରଦାନ କରେ ଏବଂ ମାନବିକ ଅଧିକାରକୁ ସମର୍ଥନ କରେ ବୋଲି ଜୟସ୍ୱାଲ କହିଛନ୍ତି।

ମମତାଙ୍କ ପଡିଯିବା ନେଇ ‘ଦ୍ୱନ୍ଦ୍ୱ’ ସ୍ପଷ୍ଟ କଲେ ଡାକ୍ତର

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories