www.samajalive.in
Thursday, December 11, 2025
14.1 C
Bhubaneswar

ଉଦାହରଣ ସୃଷ୍ଟି କଲେ ମହମଦ ସଲିମ, ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ କରି ଦେଖାଇଲେ ଭାଇଚାରା

ଗୁଣପୁର: ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ହେଉଛନ୍ତି ଏହି ସମଗ୍ର ଭାରତ ବର୍ଷର ଶ୍ରୀରାମ ଏହି ରାଷ୍ଟ୍ରର ପୁରୁଷ। ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ଅଯୋଧ୍ୟାରେ ତିଆରି ହେବା ଭାରତ ବାସୀଙ୍କ ସ୍ୱପ୍ନ। ଜାତି, ବର୍ଣ୍ଣ ଧର୍ମ ନିର୍ବିଶେଷରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ନିମନ୍ତେ ସମସ୍ତେ ଆଗଭର ହେବା ଉଚିତ। ଶ୍ରୀରାମ ଚନ୍ଦ୍ରଙ୍କ ଭଳି ଆଲୌକିକ ଅବତାର ପୁରୁଷଙ୍କୁ କୌଣସି ଧର୍ମ, ସମ୍ପ୍ରଦାୟରେ ବାନ୍ଧିବା ଉଚିତ ନୁହେଁ ବୋଲି ମତଦେଇ ନବରଙ୍ଗପୁର ସହରରୁ ଆସିର ଘରୋଇ ଶିକ୍ଷା ଅନୁଷ୍ଠାନ ରେ କାର୍ଯ୍ୟରତ ଥିବା ମହମ୍ମଦ ସଲିମ ଆଜି ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ସ୍ବେଚ୍ଛାକୃତ ଭାବେ ଆଜି ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ର ନିଧି ସଂଗ୍ରହ ସମିତି ସଦସ୍ୟ ମାନଙ୍କ ଜରିଆରେ ମନ୍ଦିର ନିର୍ମାଣ ନିମନ୍ତେ ଅର୍ଥ ଦାନ କରିଛନ୍ତି।

 

- Advertisement -

ପୂର୍ବରୁ ଶ୍ରୀକୃଷ୍ଣ ଓ ଶ୍ରୀରାଧା ଙ୍କ ପ୍ରେମ ସମ୍ପର୍କରେ ସୁନ୍ଦର ଭାବାତ୍ମକ ରଚନା କରି ଚର୍ଚ୍ଚାକୁ ଆସିଥିବା ଶ୍ରୀ ସଲିମ ଆଜି ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ଅର୍ଥ ଦାନ କରି ଅଦ୍ୱିତୀୟ ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି ଦାନ ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ସହଜ ଓ ସରଳ ହେବା ସହ ସମାଜକୁ ସମ୍ପ୍ରଦାୟ ସଦ୍ଭାବନା ଓ ଭାଇଚାରାର ସନ୍ଦେଶ ଯାଇ ପାରିବ ବୋଲି ନିଧି ସଂଗ୍ରହ ସମିତିର ସଦସ୍ୟ ମାନେ ମତ ପ୍ରକାଶ କରିଛନ୍ତି । ବୁଦ୍ଧିଜୀବୀ ମହଲରେ ମହମ୍ମଦ ସଲିମଙ୍କ ଏହି ଭଳି ସାଧୁ ଉଦ୍ୟମକୁ ଭୁୟସୀ ପ୍ରଶଂସା କରାଯାଇଛି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories