www.samajalive.in
Thursday, December 11, 2025
18.1 C
Bhubaneswar

ଦିଲ୍ଲୀରେ ମୁତୟନ ହେବେ ୧୫ ଫୋର୍ସ ଅର୍ଦ୍ଧସାମରିକ ବଳ, ୧୦ ଫୋର୍ସ ସିଆରପିଏଫ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ଆନ୍ଦୋଳନରତ କୃଷକମାନେ ସରକାରଙ୍କର ନୂତନ କୃଷି ନିୟମ ବିରୋଧରେ ଟ୍ରାକ୍ଟର ରାଲିରେ ଦିଲ୍ଲୀରେ ଘଟି ଯାଇଥିବା ହିଂସାକାଣ୍ଡକୁ ନେଇ ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ୍‌ ଶାହଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜଧାନୀ ଦିଲ୍ଲୀରେ ପ୍ରତିବାଦ ନାମରେ ଘଟିଥିବା ହିଂସା ଘଟଣାକୁ ଏଥିରେ ଦୃଢ଼ ନିନ୍ଦା କରାଯିବା ସହିତ ଏହି ପ୍ରସଙ୍ଗକୁ ଗୁରୁତର ଭାବେ ଗ୍ରହଣ କରାଯାଇଛି। ଏଭଳି ଅପ୍ରିତିକର ସ୍ଥିତିକୁ ପ୍ରତିହତ କରିବା ପାଇଁ ଦିଲ୍ଲୀରେ ୧୫ ଫୋର୍ସ ଅର୍ଦ୍ଧସାମରିକ ବଳ ନିୟୋଜିତ କରିବାକୁ ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।


ରାଜଧାନୀ ଦିଲ୍ଲୀରେ ଏଭଳି ପରିସ୍ଥିତିକୁ ନଜରରେ ରଖି ଏକ ଜରୁରୀ ବୈଠକ ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଡକାଯାଇଥିଲା। ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ସମେତ ଗୃହ ସଚିବ, ଦିଲ୍ଲୀ ପୁଲିସ କମିଶନର, ଗୁଇନ୍ଦା ନିର୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଏହି ବୈଠକ ଉପସ୍ଥିତ ଥିଲେ। ବୈଠକରେ ଦିଲ୍ଲୀରେ ୧୫ ଫୋର୍ସ ଅର୍ଦ୍ଧସାମରିକ ବଳ, ୧୦ ଫୋର୍ସ ସିଆରପିଏଫ ଏବଂ ୫ଟି କମ୍ପାନୀ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଜି ଏ ସଂକ୍ରାନ୍ତରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।
ଶାନ୍ତିପ୍ରିୟ ଆନ୍ଦୋଳନ ନାମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ଆନ୍ଦୋଳନରତ ଚାଷୀ। ବିଜୟ ଦୁର୍ଗ ଲାଲକିଲ୍ଲାରେ ଆନ୍ଦୋଳନରତ ଚାଷୀମାନେ ସେମାନଙ୍କ ସଂଗଠନର ପତାକା ଉଡ଼ାଇଛନ୍ତି। ଅନୁମତି ମିଳିଥିବା ରାସ୍ତା ଟ୍ରାକ୍ଟର ରାଲି କରିବା ପରିବର୍ତ୍ତେ ଅନ୍ୟ ରାସ୍ତାରେ ପ୍ରବେଶ କରିବା ଯୋଗୁଁ ସାଧାରଣ ଯାତାୟତରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଅନ୍ୟପକ୍ଷରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆନ୍ଦୋଳନରତ ଚାଷୀ ପୁଲିସକୁ ଆକ୍ରମଣ ସହ ପୋଡା ଜଳା ମଧ୍ୟ କରିଛନ୍ତି। ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ପାଇଁ ଦିଲ୍ଲୀ ପୁଲିସ ସଜାଗ ରହିଛି। ଅପରକ୍ଷରେ ଯେକୌଣସି ପରିସ୍ଥିତିରେ ଆଇନଶୃଙ୍ଖଳରେ ସୁଧାର ଆଣିବା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories