www.samajalive.in
Monday, December 15, 2025
26.1 C
Bhubaneswar

କୋଇଲା ଉତ୍ପାଦନ ଲକ୍ଷ୍ୟ ହାସଲ ଦିଗରେ ମହାନଦୀ କୋଲଫିଲ୍ଡସ୍, କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ

ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍-ଏମସିଏଲ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ଶତ ପ୍ରତିଶତ ଲକ୍ଷ ହାସଲ ନିମନ୍ତେ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଉଥିବା ନୂତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପି.କେ.ସିହ୍ନା କହିଛନ୍ତି। ଆଜି ପ୍ରଥମ ଗସ୍ତରେ ତାଳଚେର କୋଲଫିଲ୍ଡରେ ପହଂଚିବା ପରେ ଶ୍ରୀ ସିହ୍ନା ପରିଚାଳନା ନିର୍ଦ୍ଦେଶକମାନଙ୍କ ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରିବା ସହ କମ୍ପାନୀର କାର୍ଯ୍ୟଦକ୍ଷତା ସମୀକ୍ଷା କରିବା ପରେ ଏହା କହିଛନ୍ତି। ବୈଠକରେ କମ୍ପାନୀର ଅଗ୍ରଗତି ଏବଂ ଭବିଷ୍ୟତ କାର୍ଯ୍ୟ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଗତ ୬ ମାସ ମଧ୍ୟରେ କମ୍ପାନୀର ଅଗ୍ରଗତି ସନ୍ତୋଷଜନକ ରହିଥିବା କହିଛନ୍ତି। କୋଇଲା ଉତ୍ପାଦନ ଏବଂ ଯୋଗାଣ କ୍ଷେତ୍ରରେ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଶ୍ରୀ ସିହ୍ନା କହିଛନ୍ତି ଯେ କମ୍ପାନୀର ସମସ୍ତ ଭୁଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କଲେ ଲକ୍ଷ ହାସଲ ହୋଇପାରିବ। ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ମାସରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଶ୍ରୀ ସିହ୍ନା କହିଛନ୍ତି, କୋଲ ଇଣ୍ଡିଆର ସାମଗ୍ରିକ ପ୍ରଦର୍ଶନରେ ମହାନଦୀ କୋଲଫିଲ୍ଡସ୍’ର ପ୍ରମୁଖ ଭୂମିକା ରହିଛି। ଏହି ଅବସରରେ ଶ୍ରୀ ସିହ୍ନା ଏମସିଏଲର ବୃହତ୍ତମ କୋଇଲା ଉତ୍ପାଦନକାରୀ ପ୍ରକଳ୍ପ ଭୁବନେଶ୍ୱରୀ ଓସିପି, ଅନନ୍ତ ଓସିପି, ଜଗନ୍ନାଥ ଓସିପି ଏବଂ ଭରତପୁର ଓସିପି ପରିଦର୍ଶନ କରିବା ସହ ବିଭିନ୍ନ ଟ୍ରେଡ଼ ମହାସଂଘର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories