www.samajalive.in
Sunday, December 14, 2025
26.1 C
Bhubaneswar

ଆଲୋକୀକରଣରେ ବ୍ୟାପକ ଦୁର୍ନୀତି!

ଲୋଇସିଂହା : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା, ଆଗଲପୁର, ପୁଇଁନ୍ତଲା ବ୍ଲକରେ ଆଲୋକୀକରଣ ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସୂଚନାରୁ ପ୍ରକାଶ ଯେ, ପୂର୍ତ୍ତ ବିଭାଗ ଜରିଆରେ ହାଇମାଷ୍ଟ ଲାଇଟ ଲଗାଇବା ପାଇଁ ଜିଲା ଯୋଜନା କାର୍ଯ୍ୟାଳୟ ପକ୍ଷରୁ ଜୁନ ୧୬ ତାରିଖରେ ବିଧାୟକ ପାଣ୍ଠିରୁ ପ୍ରାୟ ୪୧ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଆସିଥିଲା। ଏହି ଅର୍ଥକୁ ଯୋଜନାବଦ୍ଧ ଭାବେ ଜଣେ ଠିକାଦାରଙ୍କୁ କାମ ଦିଆଯାଇଛି। ଅନେକ ସ୍ଥାନରେ ଲାଇଟ ଲାଗିବା ପରେ ୧୫/୨୦ ଦିନ ମଧ୍ୟରେ ତାହା ଅଚଳ ହୋଇ ପଡ଼ିଛି। ଏହି ପରିସ୍ଥିତିରେ ଗତ ଜୁଲାଇ ୧୮ ତାରିଖରେ ମିନି ହାଇମାଷ୍ଟ ଓ ଏଲ୍‍ଇଡି ଲାଇଟ୍‍ ଲଗାଇବା ପାଇଁ ପୁଣି ବିଧାୟକ ପାଣ୍ଠିରୁ ୨୯ ଲକ୍ଷ ଟଙ୍କା ଦିଆଯାଇଛି। ଲୋଇସିଂହା, ସେମେଲମୁଣ୍ଡା ସମେତ ବହୁ ସ୍ଥାନରେ ଲାଇଟ ଅଚଳ ହୋଇ ପଡୁଥିବାରୁ ଏହାର ମାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ସପ୍ତାହରେ କୁଶଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରର ଉଦ୍‍ଘାଟନ ଉତ୍ସବରେ ବିଧାୟକ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିଧାୟକ ପାଣ୍ଠିରୁ ମାସେ ତଳେ ଲଗାଯାଇଥିବା ଲାଇଟ ଅଚଳ ହୋଇ ପଡିଥିବା ସ୍ଥାନୀୟ ଲୋକେ ବିଧାୟକଙ୍କୁ ଦେଖାଇ ଥିଲେ। ହେଲେ ବିଧାୟକ ଦୁଃଖ ପ୍ରକାଶ କରି ଏଡାଇ ଯାଇଥିଲେ। ଅନ୍ୟପକ୍ଷରେ ଏନେଇ ଲୋଇସିଂହା ବିଦ୍ୟୁତ ଏସ୍‍ଡିଓଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି। କିଏ, କାହିଁକି, କେଉଁଠି ହାଇମାଷ୍ଟ ଲାଇଟ ଲଗାଉଛି ତାଙ୍କ ଅନୁମତି ନିଆଯାଇ ନଥିବା ବେଳେ ବିଭାଗୀୟ ଅନୁମତି ନିଆଗଲେ ବିଦ୍ୟୁତ ସଂଯୋଗ କରାଯିବ ବୋଲି ସେ ସଫେଇ ଦେଇଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଯେଉଁଠି ଖରାପ ହୋଇ ଯାଉଛି ଖବର ଆସିଲେ ମରାମତି କରାଯିବ ବୋଲି କହିଥିଲେ। ଆମ ବିଭାଗରେ ଟଙ୍କା ଜମା ହେବାରୁ ଆମେ କାମ କରୁଛୁ। ଯାହା ବୁଝିବା କଥା ଜିଲା ଯୋଜନା ଅଧିକାରୀଙ୍କୁ ପଚାରନ୍ତୁ ବୋଲି କହିଥିଲେ। ସରପଞ୍ଚ, ୱାର୍ଡସଭ୍ୟଙ୍କ ପରାମର୍ଶରେ ବିଦ୍ୟୁତ ବିଭାଗର ଅନୁମୋଦନରେ ପ୍ଳାନ ଏଷ୍ଟିମେଟ୍‍ କରାଯାଇ ଲଗାଯିବା ପାଇଁ ଗାଇଡଲାଇନ୍‍ ରହିଛି। ଏହାର ଖୋଲାଖୋଲି ଉଲଂଘନ କରାଯାଇଛି ବୋଲି ବହୁ ସରପଞ୍ଚ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଲୋକୀକରଣ କାମର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories